ଏସିଆ କପ୍ ଇତିହାସରେ ବଡ଼ ଭାଗୀଦାରି କଲେ କୋହଲି-ରାହୁଲ
କଲମ୍ବୋ: ପାକିସ୍ତାନ ବିପକ୍ଷ ଏସିଆ କପ୍ ସୁପର-୪ ମ୍ୟାଚ୍ରେ ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ମଧ୍ୟରେ ତୃତୀୟ ୱିକେଟରେ ହୋଇଥିବା ୨୩୩* ରନ୍ର ଭାଗୀଦାରି ଏହି ପ୍ରତିଯୋଗିତାର ଇତିହାସରେ ଯେ କୌଣସି ୱିକେଟ୍ ପାଇଁ ସର୍ବୋଚ୍ଚ ହୋଇଛି। ପାକିସ୍ତାନର ମହମ୍ମଦ ହାଫିଜ୍ ଓ ନାସିର ଜମସେଦ୍ଙ୍କ ୧୧ ବର୍ଷର କୀର୍ତ୍ତିମାନକୁ ଏହା ପଛରେ ପକାଇଦେଇଛି। କୋହଲି ଓ ରାହୁଲ୍ଙ୍କ ଏହି ଭାଗୀଦାରି ପାଇଁ ଉଭୟ ୧୯୪ ବଲ୍ର ସାମ୍ନା କରିଥିଲେ। କୋହଲି ୧୨୦* ଓ ରାହୁଲ […]
କଲମ୍ବୋ: ପାକିସ୍ତାନ ବିପକ୍ଷ ଏସିଆ କପ୍ ସୁପର-୪ ମ୍ୟାଚ୍ରେ ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ମଧ୍ୟରେ ତୃତୀୟ ୱିକେଟରେ ହୋଇଥିବା ୨୩୩* ରନ୍ର ଭାଗୀଦାରି ଏହି ପ୍ରତିଯୋଗିତାର ଇତିହାସରେ ଯେ କୌଣସି ୱିକେଟ୍ ପାଇଁ ସର୍ବୋଚ୍ଚ ହୋଇଛି। ପାକିସ୍ତାନର ମହମ୍ମଦ ହାଫିଜ୍ ଓ ନାସିର ଜମସେଦ୍ଙ୍କ ୧୧ ବର୍ଷର କୀର୍ତ୍ତିମାନକୁ ଏହା ପଛରେ ପକାଇଦେଇଛି। କୋହଲି ଓ ରାହୁଲ୍ଙ୍କ ଏହି ଭାଗୀଦାରି ପାଇଁ ଉଭୟ ୧୯୪ ବଲ୍ର ସାମ୍ନା କରିଥିଲେ। କୋହଲି ୧୨୦* ଓ ରାହୁଲ ୧୧୧* ରନ୍ର ଭାଗ ରଖିଥିଲା ବେଳେ ଭାଗୀଦାରିରେ ମୋଟ୍ ୨୧ ଚୌକା ଓ ୫ ଛକା ସାମିଲ୍ ଥିଲା। ପ୍ରତିଟି ଶୀର୍ଷ ୫ଟି ଭାଗୀଦାରିରେ ଭାରତ କିମ୍ବା ପାକିସ୍ତାନ ସାମିଲ ରହିଛି।
କୋହଲି-ରାହୁଲଙ୍କ ୨୩୩* ରନ୍ ଭାଗୀଦାରି ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତ ପାଇଁ ଯେ କୌଣସି ୱିକେଟ୍ ପାଇଁ ସର୍ବୋଚ୍ଚ। ୧୯୯୬ରେ ନବଜୋତ ସିଂହ ସିଦ୍ଧୁ ଓ ସଚିନ ତେନ୍ଦୁଲକର ଦ୍ବିତୀୟ ୱିକେଟ୍ ପାଇଁ ୨୩୧ ରନ୍ ସଂଗ୍ରହ କରିଥିବାରୁ ଏହା ପଛରେ ପଡ଼ିଯାଇଛି। ବିରାଟଙ୍କ ୯୪ ବଲ୍ ୧୨୨* ରନ୍ ପାଳି ମଧ୍ୟ ଏସିଆ କପ୍ରେ ତାଙ୍କ ବ୍ୟକ୍ତିଗତ ଚତୁର୍ଥ। ବିରାଟ ଏବେ ଯୁଗ୍ମ ଦ୍ବିତୀୟରେ ଥିବା କୁମାର ସାଙ୍ଗାକାରା (୪ ଶତକ)ଙ୍କ ସହ ସମକକ୍ଷ ହୋଇଛନ୍ତି। ଏସିଆ କପ୍ରେ ସର୍ବାଧିକ ଶତକ କୀର୍ତ୍ତିମାନ ଏବେ ସନଥ୍ ଜୟସୁରିୟା (୬)ଙ୍କ ନାମରେ ରହିଛି। ଅନ୍ୟପକ୍ଷରେ ତୃତୀୟ ଥର ପାଇଁ ମଧ୍ୟ ଭାରତର ୩ ଓ ୪ ନମ୍ବର ବ୍ୟାଟର୍ ଶତକ ଜମାଇଛନ୍ତି। ପୂର୍ବରୁ ୧୯୯୯ରେ ବ୍ରିଷ୍ଟଲ୍ରେ କେନିୟା ବିପକ୍ଷରେ ରାହୁଲ ଦ୍ରାବିଡ଼-ସଚିନ ତେନ୍ଦୁଲକର ଏବଂ ୨୦୦୯ରେ କୋଲକାତାରେ ଗୌତମ ଗମ୍ଭୀର ଓ ବିରାଟ କୋହଲି ଶତକ ହାସଲ କରିଥିଲେ।




