ଏସିଆ କପ୍ରୁ ଓହରିଲେ ବାଂଲାଦେଶ କ୍ରିକେଟର୍ ତମିମ୍ ଇକବାଲ୍
ଢାକା: ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ତମିମ୍ ଇକବାଲ୍ ଏସିଆ କପ୍ରୁ ଓହରି ଯାଇଛନ୍ତି। ପିଠିରେ ଆଘାତ ପରେ ପୁନଃଥଇଥାନ ପ୍ରକ୍ରିୟା ଏବେ ଜାରି ରହିଛି। ହେଲେ ଏସିଆ କପ୍ ବେଳକୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବେନି। ଏହାକୁ ଦୃଷ୍ଟିରେ ରଖି ତମିମ୍ ଦିନିକିଆ ଅଧିନାୟକ ପଦରୁ ମଧ୍ୟ ଓହରି ଯାଇଛନ୍ତି। ତଥାପି ସେପ୍ଟେମ୍ବର ୨୧ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଘରୋଇ ଶୃଙ୍ଖଳା ବେଳକୁ ସେ ସୁସ୍ଥ ହୋଇଯାଇଥିବେମ ବୋଲି ବାଂଲାଦେଶ କ୍ରିକେଟ୍ […]
ଢାକା: ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ତମିମ୍ ଇକବାଲ୍ ଏସିଆ କପ୍ରୁ ଓହରି ଯାଇଛନ୍ତି। ପିଠିରେ ଆଘାତ ପରେ ପୁନଃଥଇଥାନ ପ୍ରକ୍ରିୟା ଏବେ ଜାରି ରହିଛି। ହେଲେ ଏସିଆ କପ୍ ବେଳକୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବେନି। ଏହାକୁ ଦୃଷ୍ଟିରେ ରଖି ତମିମ୍ ଦିନିକିଆ ଅଧିନାୟକ ପଦରୁ ମଧ୍ୟ ଓହରି ଯାଇଛନ୍ତି। ତଥାପି ସେପ୍ଟେମ୍ବର ୨୧ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଘରୋଇ ଶୃଙ୍ଖଳା ବେଳକୁ ସେ ସୁସ୍ଥ ହୋଇଯାଇଥିବେମ ବୋଲି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଆଶା ପ୍ରକଟ କରିଛି। ସୂଚନାଯୋଗ୍ୟ, ଗଜ ଜୁଲାଇରେ ତମିମ୍ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ହସ୍ତକ୍ଷେପ ପରେ ତମିମ୍ ଏଭଳି କରିବାକୁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ବିସିବି ସଭାପତି ନଜମୁଲ୍ ହାସନ ଓ କ୍ରିକେଟ୍ ଅପରେସନ୍ସ ଅଧ୍ୟକ୍ଷ ଜଲାଲ୍ ୟୁନୁସ୍ଙ୍କ ସହ ଆଲୋଚନା କରିବା ପରେ ସେ ଅଧିନାୟକ ଦାୟିତ୍ବରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।




