ଏସିଆ କପ୍ରୁ ଓହରିଲେ ପାକିସ୍ତାନ ୩ ମିଲିଅନ୍ ଡଲାର ହରାଇବ ଓ ସେଥିପାଇଁ ଆମେ ପ୍ରସ୍ତୁତ: ନଜମ ସେଠୀ
ଇସଲାମାବାଦ୍: ଯଦି ଚଳିତ ବର୍ଷ ଏସିଆ କପ୍ରେ ପାକିସ୍ତାନ ଅଂଶଗ୍ରହଣ ନକରେ ତାହେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୩ ମିଲିଅନ୍ ଡଲାର ହରାଇବ ବୋଲି ଏହାର ଅଧ୍ୟକ୍ଷ ନଜମ ସେଠୀ କହିଛନ୍ତି। ପିସିବି ପ୍ରସ୍ତାବିତ ହାଇବ୍ରିଡ୍ ମୋଡ୍ ଅନୁଯାୟୀ ଭାରତ ଏସିଆ କପ୍ରେ ଖେଳେ ଓ ପାକିସ୍ତାନ ତାହାର ଆୟୋଜନ ଅଧିକାର ବଳବତ୍ତର ରଖେ ତାହେଲେ କୌଣସି ଅସୁବିଧା ନାହିଁ। କିନ୍ତୁ ଆୟୋଜନ ଅଧିକାର ଯଦି ପାକିସ୍ତାନ ହାତରୁ ଚାଲିଯାଏ କିମ୍ବା ଏସିଆ କପ୍ ଅନ୍ୟ […]
ଇସଲାମାବାଦ୍: ଯଦି ଚଳିତ ବର୍ଷ ଏସିଆ କପ୍ରେ ପାକିସ୍ତାନ ଅଂଶଗ୍ରହଣ ନକରେ ତାହେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୩ ମିଲିଅନ୍ ଡଲାର ହରାଇବ ବୋଲି ଏହାର ଅଧ୍ୟକ୍ଷ ନଜମ ସେଠୀ କହିଛନ୍ତି। ପିସିବି ପ୍ରସ୍ତାବିତ ହାଇବ୍ରିଡ୍ ମୋଡ୍ ଅନୁଯାୟୀ ଭାରତ ଏସିଆ କପ୍ରେ ଖେଳେ ଓ ପାକିସ୍ତାନ ତାହାର ଆୟୋଜନ ଅଧିକାର ବଳବତ୍ତର ରଖେ ତାହେଲେ କୌଣସି ଅସୁବିଧା ନାହିଁ। କିନ୍ତୁ ଆୟୋଜନ ଅଧିକାର ଯଦି ପାକିସ୍ତାନ ହାତରୁ ଚାଲିଯାଏ କିମ୍ବା ଏସିଆ କପ୍ ଅନ୍ୟ କୌଣସି ସ୍ଥାନରେ ଆୟୋଜନ ହୁଏ, ତାହେଲେ ପାକିସ୍ତାନ ସେଥିରେ ଭାଗ ନେବ ନାହିଁ। ଏପରିକି ୩ ମିଲିଅନ୍ ଡଲାର ହରାଇବାକୁ ବି ପିସିବି ପ୍ରସ୍ତୁତ ଥିବା ନଜମ କହିଛନ୍ତି। ସେପ୍ଟେମ୍ବରରେ ଏସିଆ କପ୍ ଆୟୋଜନ ପାଇଁ ପାକିସ୍ତାନକୁ ଅଧିକାର ମିଳିଛି। କିନ୍ତୁ ଏସିଆ କପ୍ରେ ଖେଳିବାକୁ ପାକିସ୍ତାନ ନଯିବାକୁ ବିସିସିଆଇ ସଂପାଦକ ଜୟ ଶାହ କହିଥିବାରୁ ଏହାର ସମାଧାନର ବାଟ ବାହାରିପାରୁନାହିଁ। ଯଦି ଭାରତ ସରକାର ତାଙ୍କ ଦଳକୁ ପାକିସ୍ତାନ ନପଠାଇବାକୁ ଚାହୁଁଛନ୍ତି, ତାହେଲେ ଏହାର ଲିଖିତ ପ୍ରମାଣ ଦିଆଯାଉ ବୋଲି ସେଠୀ କହିଛନ୍ତି।




