ଏସିଆ କପରେ ଖେଳିବାକୁ ଭାରତକୁ ବିକଳ୍ପ ଭେନ୍ୟୁର ପ୍ରସ୍ତାବ ଦେଲା ପାକିସ୍ତାନ

କରାଚି: ଏସିଆ କପ୍ ପାକିସ୍ତାନରେ ଆୟୋଜିତ ହେଲେ ଭାରତ ଅଂଶଗ୍ରହଣ କରିବନି ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସିଧାସଳଖ ମନା କରିଦେଇଥିଲା। ଏସିସି ବୈଠକରେ ମଧ୍ୟ ବିସିସିଆଇ ସଂପାଦକ ଜୟ ଶାହା ଏନେଇ ଭାରତର ଆଭିମୁଖ୍ୟ ରଖିଥିଲେ। ଉଭୟ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ଏସିଆ କପ୍କୁ ଯେକୌଣସି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରାଯାଉ ବୋଲି ବିସିସିଆଇ ପ୍ରସ୍ତାବ ରଖିଥିଲା। ଏହାର ପାଲଟି ଜବାବ ଦେଇ ପାକିସ୍ତାନ ମଧ୍ୟ ଭାରତରେ ଆୟୋଜିତ ଦିନିକିଆ […]

Samaya Live Picture
Published On

କରାଚି: ଏସିଆ କପ୍ ପାକିସ୍ତାନରେ ଆୟୋଜିତ ହେଲେ ଭାରତ ଅଂଶଗ୍ରହଣ କରିବନି ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସିଧାସଳଖ ମନା କରିଦେଇଥିଲା। ଏସିସି ବୈଠକରେ ମଧ୍ୟ ବିସିସିଆଇ ସଂପାଦକ ଜୟ ଶାହା ଏନେଇ ଭାରତର ଆଭିମୁଖ୍ୟ ରଖିଥିଲେ। ଉଭୟ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ଏସିଆ କପ୍କୁ ଯେକୌଣସି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରାଯାଉ ବୋଲି ବିସିସିଆଇ ପ୍ରସ୍ତାବ ରଖିଥିଲା। ଏହାର ପାଲଟି ଜବାବ ଦେଇ ପାକିସ୍ତାନ ମଧ୍ୟ ଭାରତରେ ଆୟୋଜିତ ଦିନିକିଆ ବିଶ୍ବକପ୍ରୁ ଓହରିଯିବାର ଧମକ ଦେଇଥିଲା। ଏଭଳି ସ୍ଥିତିରେ ଏସିଆ କପ୍ ଆୟୋଜନ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ତେବେ ଏସିଆ କପ୍ ଆୟୋଜନ ଅଧିକାର ହରାଇବାକୁ ଚାହୁନଥିବା ପାକିସ୍ତାନ ଏବେ ନରମ ଆଭିମୁଖ୍ୟ ଦେଖାଇଛି। ଆମେ ଏସିଆ କପ୍ ଆୟୋଜନ କରିବୁ। ମାତ୍ର ଭାରତ ଯେକୌଣସି ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିପାରିବ ବୋଲି ଶୁକ୍ରବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପ୍ରସ୍ତାବ ବାଢ଼ିଛି। ପିସିବିର କହିବା କଥା ହେଲା, ଭାରତ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିପାରିବ ଏବଂ ପାକିସ୍ତାନ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଦଳ ଆୟୋଜକ ଦେଶରେ ହିଁ ମ୍ୟାଚ୍ ଖେଳିବେ ବୋଲି ପିସିବି ଅଧ୍ୟକ୍ଷ ନଜମ ସେଠୀ ପ୍ରସ୍ତାବ ଦେଇଛନ୍ତି। ଏଭଳି ପ୍ରସ୍ତାବକୁ ପିସିବି ମଧ୍ୟ ଏସୀୟ କ୍ରିକେଟ୍ ପରିଷଦ (ଏସିସି)କୁ ପଠାଇଦେଇଛି ବୋଲି ନଜମ କହିଛନ୍ତି। ପୁଣି ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦାରି ଆସନ୍ତା ମାସରେ ଭାରତ ଗସ୍ତରେ ଯିବାକୁ ଥିବାରୁ ଉଭୟ ଦେଶ ମଧ୍ୟରେ ସଂପର୍କରେ ସୁଧାର ଆସିପାରିବ ବୋଲି ପିସିବି ଆଶା ବାନ୍ଧିଛି।

Tags: