ଏସିଆ କପରେ ଆଜି ଭାରତ-ପାକିସ୍ତାନ ମୁକାବିଲା

କଲମ୍ବୋ: ଏସିଆ କପରେ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଏସିଆ କପ୍ରେ ଭାଗ ନେଉଥିବା ୬ ଦଳ ମଧ୍ୟରୁ ୫ ଦଳ ପାଇଁ ଏହା କେବଳ ବିଶ୍ବକପ୍ ପ୍ରସ୍ତୁତି ସଦୃଶ ହୋଇଛି। ପ୍ରଥମ ଦୁଇ ମ୍ୟାଚ୍ରେ ଷ୍ଟାଡିୟମ୍ ସିଟ୍ ଖାଲି ପଡିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ମ୍ୟାଚ୍ ସବୁଠୁ ବଡ଼ ଲଢେଇ ଭାବେ ବିବେଚନା କରାଯାଏ। ତେଣୁ ଏହି ମ୍ୟାଚ୍ ବେଳକୁ ଷ୍ଟାଡିୟମ୍ ଭରପୂର ହୋଇଯିବ। ଏଭଳି ପ୍ରତିଯୋଗିତା ଦ୍ବାରା ଦୁଇ […]

Samaya Live Picture
Published On

କଲମ୍ବୋ: ଏସିଆ କପରେ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଏସିଆ କପ୍ରେ ଭାଗ ନେଉଥିବା ୬ ଦଳ ମଧ୍ୟରୁ ୫ ଦଳ ପାଇଁ ଏହା କେବଳ ବିଶ୍ବକପ୍ ପ୍ରସ୍ତୁତି ସଦୃଶ ହୋଇଛି। ପ୍ରଥମ ଦୁଇ ମ୍ୟାଚ୍ରେ ଷ୍ଟାଡିୟମ୍ ସିଟ୍ ଖାଲି ପଡିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ମ୍ୟାଚ୍ ସବୁଠୁ ବଡ଼ ଲଢେଇ ଭାବେ ବିବେଚନା କରାଯାଏ। ତେଣୁ ଏହି ମ୍ୟାଚ୍ ବେଳକୁ ଷ୍ଟାଡିୟମ୍ ଭରପୂର ହୋଇଯିବ। ଏଭଳି ପ୍ରତିଯୋଗିତା ଦ୍ବାରା ଦୁଇ ଦେଶର ପ୍ରତିଭାବାନ୍ ଖେଳାଳିଙ୍କୁ ମହାନତମ ଶ୍ରେଣୀରେ ସାମିଲ ହେବାକୁ ମଧ୍ୟ ଅବସର ମିଳିଯିବ।
ପାକିସ୍ତାନର ବୋଲିଂ ଓ ଭାରତର ବ୍ୟାଟିଂ ମଧ୍ୟରେ ଆଜି ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ତିନି ପ୍ରାରମ୍ଭିକ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲ୍ଙ୍କୁ ଭେଦ କରିବା ପାଇଁ ଆଫ୍ରିଦି, ହାରିସ୍ ଓ ନସିମ ଶାହ ପ୍ରସ୍ତୁତ ରହିଛନ୍ତି। ଶୀର୍ଷକ୍ରମ ପରେ ମଧ୍ୟକ୍ରମରେ କିଏ କେଉଁଠାରେ ଖେଳିବେ ତାହା ଏବେବି ସସ୍ପେନ୍ସ ରହିଛି। ଈଶାନ କିଶନ ୱିକେଟ୍ କିପର ଭୂମିକାରେ ରହିବା ନିଶ୍ଚିତ ଥିବାରୁ ସେ ୪ କିମ୍ବା ୫ ନମ୍ବର ସ୍ଥାନରେ ଖେଳିପାରନ୍ତି। ଏସବୁ ବାଦ୍ ଭାରତର ବ୍ୟାଟିଂକ୍ରମକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ମଧ୍ୟକ୍ରମରୁ ଯେଉଁଭଳି ରନ୍ ଆଶା କରାଯାଉଛି, ତାହା ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍ ପୂରଣ କରିପାରିବେ। ଆହତ ସମସ୍ୟା ଭାରତୀୟ ଦଳର ସନ୍ତୁଳନକୁ ଯଦିଓ ବିଗାଡ଼ି ଦେଇଥିଲା, ତଥାପି ଭାରତୀୟ ଖେଳାଳିମାନେ ଭାଙ୍ଗିବାରୁ ଚାଲିବା ଶିଖିଛନ୍ତି। ଏବେ ଯଶପ୍ରୀତ୍ ବୁମ୍ରା, ପ୍ରସିଦ୍ଧ କୃଷ୍ଣ, ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ବଢିଛି। ଅନ୍ୟପଟରେ ପାକିସ୍ତାନ ସବୁଠୁ ମଜବୁତ୍ ଦଳ ଭାବେ ଏସିଆ କପ୍ରେ ପହଞ୍ଚିଛି। ଅଧିନାୟକ ବାବର ଆଜମ୍, ଫକର ଜମାନ ଓ ଇମାମ ଉଲ୍ ହକ୍ ନିୟମିତ ପ୍ରଚୁର ରନ୍ କରୁଛନ୍ତି। କିନ୍ତୁ ୪ରୁ ୬ ନମ୍ବର ସ୍ଥାନ ଚିନ୍ତାଜନକ ରହିଛି। ଏମାନଙ୍କ ପ୍ରଦର୍ଶନରେ ଏପର୍ଯ୍ୟନ୍ତ ସ୍ଥିରତା ଆସିପାରିନାହିଁ। ଉସମା ମିର୍, ସାଉଦ୍ ସକିଲ୍ ଓ ଆଘା ସଲମାନ୍ ବିଶ୍ବାସ ଜମାଇ ପାରିନାହାନ୍ତି। ତଥାପି ନିମ୍ନ ଭାଗରେ ଇଫତିକାର ଅହମଦ ଓ ସଦାବ ଖାନ୍ ବ୍ୟାଟିଂରେ କିଛି ଅବଦାନ କରୁଥିବାରୁ ଦଳ ବିପର୍ଯ୍ୟୟରେ ପଡ଼ିଲେ ବି ଉଦ୍ଧାର ହୋଇପାରୁଛି। ତେଣୁ ମଧ୍ୟକ୍ରମକୁ ଦେଖିଲେ ଉଭୟ ଭାରତ ଓ ପାକିସ୍ତାନ ପ୍ରାୟତଃ ସମାନ ସ୍ଥିତିରେ ଅଛନ୍ତି। କିନ୍ତୁ ଦୁଇ ଚିରପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ରେ ପ୍ରଶଂସକଙ୍କ ଉତ୍ସାହ ଦିଗରେ ବର୍ଷା ବାଧକ ସାଜିପାରେ। ଏହି ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ୮୦ ପ୍ରତିଶତ ରଖାଯାଇଛି। ତେଣୁ ମ୍ୟାଚ୍ର ରୋମାଞ୍ଚ ଉପରେ ବର୍ଷା ବଡ଼ ଭୂମିକା ନେବ ବୋଲି କୁହାଯାଇଛି।

Tags: