ଏସିଆନ୍ ହକି ଚାମ୍ପିଅନ୍ସ ଟ୍ରଫିରେ ଖେଳିବେ ପାକିସ୍ତାନ ଓ ଚୀନ
ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରେ ଚେନ୍ନାଇରେ ହେବାକୁ ଥିବା ସପ୍ତମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଖେଳିବାକୁ ପାକିସ୍ତାନ ଓ ଚୀନ ସହମତି ଦେଇଛନ୍ତି। ଅଗଷ୍ଟ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚେନ୍ନାଇର ଏସ୍ଡିଏଟି-ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ତାମିଲନାଡୁ ହକି ସଂଘ (ଏଚ୍ୟୁଟିଏନ୍) ସଭାପତି ଜେ. ଶେଖର ମନୋହରନ୍ କହିଛନ୍ତି ଯେ, ଉକ୍ତ ଦୁଇ ଦଳଙ୍କ ଅଂଶଗ୍ରହଣ ଉପରେ କିଛି ଦିନ ହେବ ଆଶଙ୍କା ଲାଗି ରହିଥିଲା। ତେବେ ସେମାନେ ତାଙ୍କର […]
ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରେ ଚେନ୍ନାଇରେ ହେବାକୁ ଥିବା ସପ୍ତମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଖେଳିବାକୁ ପାକିସ୍ତାନ ଓ ଚୀନ ସହମତି ଦେଇଛନ୍ତି। ଅଗଷ୍ଟ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚେନ୍ନାଇର ଏସ୍ଡିଏଟି-ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ତାମିଲନାଡୁ ହକି ସଂଘ (ଏଚ୍ୟୁଟିଏନ୍) ସଭାପତି ଜେ. ଶେଖର ମନୋହରନ୍ କହିଛନ୍ତି ଯେ, ଉକ୍ତ ଦୁଇ ଦଳଙ୍କ ଅଂଶଗ୍ରହଣ ଉପରେ କିଛି ଦିନ ହେବ ଆଶଙ୍କା ଲାଗି ରହିଥିଲା। ତେବେ ସେମାନେ ତାଙ୍କର ସହମତି ଜଣାଇ ସାରିଛନ୍ତି। ଦଳମାନଙ୍କର ଅଭ୍ୟାସ ପାଇଁ ଷ୍ଟାଡିୟମ୍ ସଂଲଗ୍ନ ଟେନିସ୍ କୋର୍ଟକୁ ଚିହ୍ନଟ କରାଯାଇଛି। ଷ୍ଟାଡିୟମ୍ ପରିସରରେ ଥିବା ଚାରିଟି ଟେନିସ୍ କୋର୍ଟକୁ ଏପର୍ଯ୍ୟନ୍ତ ବ୍ୟବହାର କରାଯାଇନାହିଁ। ତେଣୁ ସେଗୁଡ଼ିକୁ ହକି ଅଭ୍ୟାସ ଟର୍ଫରେ ପରିଣତ କରାଯିବ। ମେ ମାସ ବେଳକୁ ଆମେ ଏଥିପାଇଁ କାମ ଆରମ୍ଭ କରିଦେବୁ ବୋଲି ମନୋହରନ୍ କହିଛନ୍ତି।




