ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ପାଇଁ ଭାରତରେ ପହଞ୍ଚିଲା ପାକିସ୍ତାନ ଦଳ
ନୂଆଦିଲ୍ଲୀ: ଚେନ୍ନାଇରେ ଗୁରୁବାରଠୁ ଆରମ୍ଭ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ପାଇଁ ପାକିସ୍ତାନ ଦଳ ଅଟାରି-ୱାଘା ସୀମା ଦେଇ ଭାରତରେ ପହଞ୍ଚିଛି। ଅମୃତସରରୁ ବିମାନଯୋଗେ ଦଳ ଯାଇ ଚେନ୍ନାଇରେ ପହଞ୍ଚିଛି। ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସହିତ ଜାପାନ୍, କୋରିଆ, ପାକିସ୍ତାନ, ଚୀନ୍ ଓ ମାଲେସିଆ ଅଂଶଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଦଳ ରାଉଣ୍ଡ ରବିନ୍ ପଦ୍ଧତିରେ ଲିଗ୍ ମ୍ୟାଚ୍ ଖେଳିବେ ଏବଂ ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍କୁ ଯିବେ,। ଗୁରୁବାର ଚୀନ୍ ବିପକ୍ଷରୁ ଭାରତ […]
ନୂଆଦିଲ୍ଲୀ: ଚେନ୍ନାଇରେ ଗୁରୁବାରଠୁ ଆରମ୍ଭ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ପାଇଁ ପାକିସ୍ତାନ ଦଳ ଅଟାରି-ୱାଘା ସୀମା ଦେଇ ଭାରତରେ ପହଞ୍ଚିଛି। ଅମୃତସରରୁ ବିମାନଯୋଗେ ଦଳ ଯାଇ ଚେନ୍ନାଇରେ ପହଞ୍ଚିଛି। ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସହିତ ଜାପାନ୍, କୋରିଆ, ପାକିସ୍ତାନ, ଚୀନ୍ ଓ ମାଲେସିଆ ଅଂଶଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଦଳ ରାଉଣ୍ଡ ରବିନ୍ ପଦ୍ଧତିରେ ଲିଗ୍ ମ୍ୟାଚ୍ ଖେଳିବେ ଏବଂ ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍କୁ ଯିବେ,। ଗୁରୁବାର ଚୀନ୍ ବିପକ୍ଷରୁ ଭାରତ ତାହାର ଅଭିଯାନ ଆରମ୍ଭ କରିବ। ପ୍ରତିଯୋଗିତାରେ ଉଭୟ ଭାରତ ଓ ପାକିସ୍ତାନ ତିନୋଟି ଲେଖାଏଁ ଟ୍ରଫି ଜିତିଛନ୍ତି। ପାକିସ୍ତାନ ୨୦୧୨ ଓ ୨୦୧୩ ରେ ବିଜେତା ହୋଇଥିଲା ବେଳେ ୨୦୧୮ରେ ଭାରତ ସହ ଯୁଗ୍ମ ବିଜେତା ରହିଥିଲା। ସେହିପରି ଭାରତ ମଧ୍ୟ ୨୦୧୧ ମସିହାରେ ହୋଇଥିବା ଉଦ୍ଘାଟନୀ ସଂସ୍କରଣ ସହିତ ୨୦୧୬ରେ ବିଜେତା ହୋଇଥିଲା।




