ଏସିଆଡରେ ଭାଗ ନେବା ପାଇଁ ଭାରତୀୟ ଫୁଟବଲ୍ ଦଳକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ଅନୁମତି
ନୂଆଦିଲ୍ଲୀ: ଚୀନରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା ଫୁଟବଲ୍ ଦଳ ଅଂଶଗ୍ରହଣ କରିବ। ଏସିଆଡ୍ ଯୋଗ୍ୟତାକୁ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ତାହାର ନିୟମକୁ କୋହଳ କରିବା ପରେ ଜାତୀୟ ଫୁଟବଲ୍ ଦଳକୁ ଏହି ସୁଯୋଗ ମିଳିଥିବା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ୍ କରି ଜଣାଇଛନ୍ତି। ପୂର୍ବରୁ ରହିଥିବା ନିୟମ ଅନୁସାରେ ଏସିଆରେ ଶୀର୍ଷ ୮ ମଧ୍ୟରେ ରହିଥିବା ଦଳକୁ ଏସିଆଡ୍ ପାଇଁ ଯୋଗ୍ୟ ବିବେଚିତ କରାଯାଉଥିଲା। ହେଲେ ଭାରତ […]
ନୂଆଦିଲ୍ଲୀ: ଚୀନରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା ଫୁଟବଲ୍ ଦଳ ଅଂଶଗ୍ରହଣ କରିବ। ଏସିଆଡ୍ ଯୋଗ୍ୟତାକୁ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ତାହାର ନିୟମକୁ କୋହଳ କରିବା ପରେ ଜାତୀୟ ଫୁଟବଲ୍ ଦଳକୁ ଏହି ସୁଯୋଗ ମିଳିଥିବା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ୍ କରି ଜଣାଇଛନ୍ତି। ପୂର୍ବରୁ ରହିଥିବା ନିୟମ ଅନୁସାରେ ଏସିଆରେ ଶୀର୍ଷ ୮ ମଧ୍ୟରେ ରହିଥିବା ଦଳକୁ ଏସିଆଡ୍ ପାଇଁ ଯୋଗ୍ୟ ବିବେଚିତ କରାଯାଉଥିଲା। ହେଲେ ଭାରତ ଏସିଆରେ ୧୮ତମ ସ୍ଥାନରେ ରହିଛି। ଯେଉଁଥିପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଫୁଟବଲ୍ ଦଳକୁ ଚୀନ୍ ପଠାଇବାକୁ ମନା କରିଥିଲା। ତେବେ ନିକଟରେ ଭାରତୀୟ ଦଳ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍, ସାଫ୍ କପ୍ରେ ବିଜେତା ହୋଇ ଏସିଆଡ୍ ଖେଳିବା ପାଇଁ ଦାବି ଉପସ୍ଥାପନ କରିଥିଲା। ଏପରିକି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ାଯାଇଥିଲା। ଶେଷରେ କ୍ରୀଡ଼ା ମନ୍ତ୍ରାଳୟ ଭାରତୀୟ ପୁରୁଷ ଓ ମହିଳା ଫୁଟବଲ୍ ଦଳକୁ ଅନୁମତି ଦେଇଛି।




