ଏଫ୍ଆଇଏଚ୍ ପ୍ରୋ ଲିଗରେ ଭାରତ ଚତୁର୍ଥ
ନୂଆଦିଲ୍ଲୀ: ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ନେଦରଲାଣ୍ଡ୍ସ ମୋଟ ୩୫ ପଏଣ୍ଟ ପାଇ ବିଜେତା ହୋଇଛି। ଗତ ସଂସ୍କରଣରେ ତୃତୀୟ ସ୍ଥାନରେ ଥିବା ଭାରତ (୩୦) ଚତୁର୍ଥରେ ରହି ଅଭିଯାନ ଶେଷ କରିଛି। ଗ୍ରେଟ୍ ବ୍ରିଟେନ୍ (୩୨) ଦ୍ବିତୀୟ ଓ ବେଲଜିୟମ (୩୦) ତୃତୀୟରେ ରହିଛନ୍ତି। ଏହି ପ୍ରତିଯୋଗିତାର ଶେଷ ମ୍ୟାଚ୍ରେ ସ୍ପେନ୍ ବିଶ୍ବ ବିଜେତା ଜର୍ମାନିକୁ ହରାଇ ଦେଇଥିଲା। ଏହି ବିଜୟ ସହ ସ୍ପେନ୍ (୨୭) ପଞ୍ଚମ ସ୍ଥାନରେ ପହଞ୍ଚିଥିଲା। ଜର୍ମାନି (୨୨), ଅଷ୍ଟ୍ରେଲିଆ (୧୯), ଆର୍ଜେଣ୍ଟିନା […]
ନୂଆଦିଲ୍ଲୀ: ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ନେଦରଲାଣ୍ଡ୍ସ ମୋଟ ୩୫ ପଏଣ୍ଟ ପାଇ ବିଜେତା ହୋଇଛି। ଗତ ସଂସ୍କରଣରେ ତୃତୀୟ ସ୍ଥାନରେ ଥିବା ଭାରତ (୩୦) ଚତୁର୍ଥରେ ରହି ଅଭିଯାନ ଶେଷ କରିଛି। ଗ୍ରେଟ୍ ବ୍ରିଟେନ୍ (୩୨) ଦ୍ବିତୀୟ ଓ ବେଲଜିୟମ (୩୦) ତୃତୀୟରେ ରହିଛନ୍ତି। ଏହି ପ୍ରତିଯୋଗିତାର ଶେଷ ମ୍ୟାଚ୍ରେ ସ୍ପେନ୍ ବିଶ୍ବ ବିଜେତା ଜର୍ମାନିକୁ ହରାଇ ଦେଇଥିଲା। ଏହି ବିଜୟ ସହ ସ୍ପେନ୍ (୨୭) ପଞ୍ଚମ ସ୍ଥାନରେ ପହଞ୍ଚିଥିଲା। ଜର୍ମାନି (୨୨), ଅଷ୍ଟ୍ରେଲିଆ (୧୯), ଆର୍ଜେଣ୍ଟିନା (୧୮) ଓ ନ୍ୟୁଜିଲାଣ୍ଡ (୩) ଯଥାକ୍ରମେ ପଞ୍ଚମରୁ ନବମ ସ୍ଥାନରେ ରହିଥିଲେ। ଏହି ପ୍ରତିଯେଗିତାର ପ୍ରଥମ ଚରଣରେ ଭାରତ ଗ୍ରାହମ ରିଡ୍ଙ୍କ ପ୍ରଶିକ୍ଷଣରେ ଘରୋଇ ପରିବେଶରେ ଭଲ ଖେଳିଥିଲା। ଏଥିରେ ଦଳ ୫ ବିଜୟ, ୨ ଅମୀମାଂସିତ ଓ ୧ ପରାଜୟ ସହ ଚମତ୍କାର ପ୍ରଦର୍ଶନ କରିଥିଲା। ପଏଣ୍ଟ ଟେବୁଲର ଶୀର୍ଷ ସହ ଭାରତ ନୂଆ ପ୍ରଶିକ୍ଷକ କ୍ରେଗ ଫୁଲଟନ୍ଙ୍କ ନେତୃତ୍ବରେ ଦ୍ବିତୀୟ ଚରଣ ଖେଳିବାକୁ ୟୁରୋପ ଗସ୍ତ କରିଥିଲା। ଏଠାରେ ୮ ମ୍ୟାଚ୍ ଖେଳି ୩ ବିଜୟ, ୪ ପରାଜୟ ଓ ୧ ଅମୀମାଂସିତ ରଖି ଟେବୁଲର ତଳକୁ ଖସିଥିଲା। ମହିଳା ବର୍ଗରେ ମଧ୍ୟ ନେଦରଲାଣ୍ଡ୍ସ ବିଜେତା ହେବାରୁ ଏହି ୟୁରୋପୀୟ ଦେଶ ଦ୍ବିମୁକୁଟ ଅର୍ଜନ କରିଛି।




