ଏଫ୍ଆଇଏଚ୍ ପ୍ରୋ ଲିଗରେ ବେଲଜିୟମ୍ଠୁ ହାରିଲା ଭାରତ
ଲଣ୍ଡନ: ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତର ପ୍ରଥମ ବିଦେଶ ଲେଗ୍ରେ ହର୍ମନପ୍ରୀତ୍ ସିଂହଙ୍କ ଦଳକୁ ପରାଜୟରୁ ଆରମ୍ଭ କରିବାକୁ ପଡ଼ିଛି। ଘରୋଇ ଚରଣରେ ଶୀର୍ଷରେ ରହିଥିବା ଭାରତ ଲଣ୍ଡନରେ ଖେଳାଯାଇଥିବା ମ୍ୟାଚ୍ରେ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ବେଲଜିୟମ୍ଠୁ ୧-୨ ଗୋଲ୍ରେ ପରାସ୍ତ ହୋଇଛି। ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବା ପରେ ଦ୍ବିତୀୟ କ୍ବାର୍ଟରର ୧୭ ତମ ମିନିଟ୍ରେ ବେଲଜିୟମ୍କୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଷ୍ଟକବ୍ରୋକ୍ସ ଥାଇବେଉ ଗୋଲ୍ରେ ପରିଣତ କରିଥିଲେ। କିନ୍ତୁ ୭ ମିନିଟ୍ ପରେ […]
ଲଣ୍ଡନ: ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତର ପ୍ରଥମ ବିଦେଶ ଲେଗ୍ରେ ହର୍ମନପ୍ରୀତ୍ ସିଂହଙ୍କ ଦଳକୁ ପରାଜୟରୁ ଆରମ୍ଭ କରିବାକୁ ପଡ଼ିଛି। ଘରୋଇ ଚରଣରେ ଶୀର୍ଷରେ ରହିଥିବା ଭାରତ ଲଣ୍ଡନରେ ଖେଳାଯାଇଥିବା ମ୍ୟାଚ୍ରେ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ବେଲଜିୟମ୍ଠୁ ୧-୨ ଗୋଲ୍ରେ ପରାସ୍ତ ହୋଇଛି। ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବା ପରେ ଦ୍ବିତୀୟ କ୍ବାର୍ଟରର ୧୭ ତମ ମିନିଟ୍ରେ ବେଲଜିୟମ୍କୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଷ୍ଟକବ୍ରୋକ୍ସ ଥାଇବେଉ ଗୋଲ୍ରେ ପରିଣତ କରିଥିଲେ। କିନ୍ତୁ ୭ ମିନିଟ୍ ପରେ ଭାରତ ଏହାର ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ହାତଛଡ଼ା ନକରି ମନଦୀପ ସିଂହ ମ୍ୟାଚ୍କୁ ବରାବର କରିଥିଲା। ଏହାପରେ ତୃତୀୟ କ୍ବାର୍ଟର ମଧ୍ୟ ଗୋଲ୍ ଶୂନ୍ୟ ରହିଥିଲା। ହେଲେ ଚତୁର୍ଥ ତଥା ଶେଷ କ୍ବାର୍ଟରର ଶେଷ ହେବାର ଦୁଇ ମିନିଟ୍ ପୂର୍ବରୁ ଓନାନା ନେଲସନ୍ ଏକ ପେନାଲ୍ଟି କର୍ଣ୍ଣର ଗୋଲ୍ ଜରିଆରେ ବେଲଜିୟମ୍କୁ ବିଜୟୀ କରାଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ରେ ଗ୍ରେଟ୍ ବ୍ରିଟେନ୍କୁ ଭେଟିବ।




