ଉମର ଗୁଲ୍ ଓ ସଇଦ ଆଜମଲ୍ ପାକିସ୍ତାନର ବୋଲିଂ ପ୍ରଶିକ୍ଷକ

ଇସଲାମାବାଦ୍: ପାକିସ୍ତାନର ପୂର୍ବତନ କ୍ରିକେଟର୍ ଉମର ଗୁଲ୍ ଓ ସଇଦ ଆଜମଲଙ୍କୁ ଯଥାକ୍ରମେ ପାକିସ୍ତାନ ପୁରୁଷ କ୍ରିକେଟ୍ ଦଳର ଦ୍ରୁତ ଓ ସ୍ପିନ ବୋଲିଂ ପ୍ରଶିକ୍ଷକ ଭାାବେ ନିଯୁକ୍ତ କରାଯାଇଛି। ଡିସେମ୍ବର ୧୪ରୁ ଜାନୁଆରି ୭ ତାରିଖ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ପାକିସ୍ତାନୀ ବୋଲରଙ୍କୁ ପ୍ରସ୍ତୁତ କରିବା ଏହି ଦୁଇ ପ୍ରଶିକ୍ଷକଙ୍କ ପ୍ରଥମ କାର୍ଯ୍ୟ ରହିବ। ଏହା ପରେ ଜାନୁଆରି ୧୨ରୁ ୨୧ ତାରିଖ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। […]

Samaya Live Picture
Published On

ଇସଲାମାବାଦ୍: ପାକିସ୍ତାନର ପୂର୍ବତନ କ୍ରିକେଟର୍ ଉମର ଗୁଲ୍ ଓ ସଇଦ ଆଜମଲଙ୍କୁ ଯଥାକ୍ରମେ ପାକିସ୍ତାନ ପୁରୁଷ କ୍ରିକେଟ୍ ଦଳର ଦ୍ରୁତ ଓ ସ୍ପିନ ବୋଲିଂ ପ୍ରଶିକ୍ଷକ ଭାାବେ ନିଯୁକ୍ତ କରାଯାଇଛି। ଡିସେମ୍ବର ୧୪ରୁ ଜାନୁଆରି ୭ ତାରିଖ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ପାକିସ୍ତାନୀ ବୋଲରଙ୍କୁ ପ୍ରସ୍ତୁତ କରିବା ଏହି ଦୁଇ ପ୍ରଶିକ୍ଷକଙ୍କ ପ୍ରଥମ କାର୍ଯ୍ୟ ରହିବ। ଏହା ପରେ ଜାନୁଆରି ୧୨ରୁ ୨୧ ତାରିଖ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ପୂର୍ବରୁ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ସମୟରେ ଗୁଲ୍ ପାକିସ୍ତାନ ଦଳର ବୋଲିଂ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଗତ ଦିନିକିଆ ବିଶ୍ବକପ୍ରେ ପାକିସ୍ତାନର ଶୋଚନୀୟ ବିଦାୟ ପରେ ପୂର୍ବତନ ୧ ନମ୍ବର ବୋଲର ସଇଦ ଆଜମଲ୍ଙ୍କୁ ସ୍ପିନ୍ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଛି।

Tags: