ଉନ୍ମୋଚିତ ହେଲା ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ମାସ୍କଟ ‘ଉଜ୍ବଳା’
ନୂଆଦିଲ୍ଲୀ: ପ୍ରଥମ ଥର ଆୟୋଜିତ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ୨୦୨୩ର ଲୋଗୋ ଓ ମାସ୍କଟ ‘ଉଜ୍ଜ୍ବଳା’ କୁ ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ରାଣୀ ରାମପାଲ, ଅଲିମ୍ପିକ୍ କାଂସ୍ୟ ବିଜେତା କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, କୁସ୍ତିଯୋଦ୍ଧା ସରିତା ମୋର ଏବଂ ମୁଷ୍ଟିଯୋଦ୍ଧା ଅଖିଳ କୁମାର ଉପସ୍ଥିତ ଥିଲେ। ପାରା ଆଥ୍ଲେଟ୍ ଅଲିମ୍ପିକ୍ ବିଜେତା ପ୍ରମୋଦ ଭଗତ, […]
ନୂଆଦିଲ୍ଲୀ: ପ୍ରଥମ ଥର ଆୟୋଜିତ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ୨୦୨୩ର ଲୋଗୋ ଓ ମାସ୍କଟ ‘ଉଜ୍ଜ୍ବଳା’ କୁ ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ରାଣୀ ରାମପାଲ, ଅଲିମ୍ପିକ୍ କାଂସ୍ୟ ବିଜେତା କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, କୁସ୍ତିଯୋଦ୍ଧା ସରିତା ମୋର ଏବଂ ମୁଷ୍ଟିଯୋଦ୍ଧା ଅଖିଳ କୁମାର ଉପସ୍ଥିତ ଥିଲେ। ପାରା ଆଥ୍ଲେଟ୍ ଅଲିମ୍ପିକ୍ ବିଜେତା ପ୍ରମୋଦ ଭଗତ, ଭବାନୀ ପଟେଲ, ଅବନୀ ଲେଖରା, ସୁମିତ ଅଣ୍ଟିଲ ପ୍ରମୁଖ ମଧ୍ୟ ଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ଠାକୁର କହିଛନ୍ତି, ଖେଲୋ ଇଣ୍ଡିଆ ପାଇଁ ଗତ ୪ ବର୍ଷ ଲାଗି ବଜେଟରେ ୩୦୦୦ କୋଟି ମଞ୍ଜୁର ହୋଇଛି। ଆଗାମୀ ୫ ବର୍ଷରେ ଏହା ୩୩୦୦ କୋଟିରୁ ଅଧିକ କରିବାକୁ ଯୋଜନା ରହିଛି। ଖେଲୋ ଇଣ୍ଡିଆ ପାରା କ୍ରୀଡ଼ାର ପ୍ରଥମ ସଂସ୍କରଣରେ ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୪୦୦ରୁ ଊର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ପ୍ରତିଯୋଗିତାରେ ୭ଟି ଖେଳ ଦୌଡ଼କୁଦ, ବନ୍ଧୁକଚାଳନା, ତୀରନ୍ଦାଜି, ଫୁଟ୍ବଲ୍, ବ୍ୟାଡ୍ମିଣ୍ଟନ, ଟେବୁଲ ଟେନିସ ଓ ଭାରୋତ୍ତୋଳନରେ ପ୍ରତିନ୍ଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ଏହା ଡିସେମ୍ବର ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ।




