ଇରାନୀ କପରେ ଅବଶିଷ୍ଟ ଭାରତ ୨୯୮/୮

ରାଜକୋଟ: ଇରାନୀ କପ୍ ମୁକାବିଲାରୁ ବିସିସିଆଇର ୨୦୨୩-୨୪ର ଘରୋଇ କ୍ରିକେଟ୍ ଋତୁ ଆରମ୍ଭ କରିଛି। ରଣଜୀ ଚାମ୍ପିଅନ୍ ସୌରାଷ୍ଟ୍ର ବିପକ୍ଷ ଏହି ମୁକାବିଲାର ପ୍ରଥମ ଦିବସରେ ଅବଶିଷ୍ଟ ଭାରତ ୮ ୱିକେଟ୍ ବିନିମୟରେ ୨୯୮ ରନ୍ କରିଛି। ଅଧିକାଂଶ ଖେଳାଳି ଭଲ ଆରମ୍ଭ କରିଥିଲେ ମଧ୍ୟ ପ୍ରାରମ୍ଭିକ ବ୍ୟାଟର୍ ସାଇ ସୁଦର୍ଶନ (୧୬୪ ବଲ୍ରୁ ୭୨ ରନ୍)ଙ୍କ ବିନା ଅନ୍ୟ କେହି ବଡ଼ ପାଳି ଖେଳି ପାରିନଥିଲେ। ଅଧିନାୟକ ହନୁମା ବିହାରୀ (୩୩)ଙ୍କ ସହିତ ମୟଙ୍କ ଅଗ୍ରୱାଲ […]

Samaya Live Picture
Published On

ରାଜକୋଟ: ଇରାନୀ କପ୍ ମୁକାବିଲାରୁ ବିସିସିଆଇର ୨୦୨୩-୨୪ର ଘରୋଇ କ୍ରିକେଟ୍ ଋତୁ ଆରମ୍ଭ କରିଛି। ରଣଜୀ ଚାମ୍ପିଅନ୍ ସୌରାଷ୍ଟ୍ର ବିପକ୍ଷ ଏହି ମୁକାବିଲାର ପ୍ରଥମ ଦିବସରେ ଅବଶିଷ୍ଟ ଭାରତ ୮ ୱିକେଟ୍ ବିନିମୟରେ ୨୯୮ ରନ୍ କରିଛି। ଅଧିକାଂଶ ଖେଳାଳି ଭଲ ଆରମ୍ଭ କରିଥିଲେ ମଧ୍ୟ ପ୍ରାରମ୍ଭିକ ବ୍ୟାଟର୍ ସାଇ ସୁଦର୍ଶନ (୧୬୪ ବଲ୍ରୁ ୭୨ ରନ୍)ଙ୍କ ବିନା ଅନ୍ୟ କେହି ବଡ଼ ପାଳି ଖେଳି ପାରିନଥିଲେ। ଅଧିନାୟକ ହନୁମା ବିହାରୀ (୩୩)ଙ୍କ ସହିତ ମୟଙ୍କ ଅଗ୍ରୱାଲ (୩୨), ଶ୍ରୀକର ଭରତ (୩୬), ସାମ୍ସ ମୁଲାନୀ (୩୨), ସୌରଭ କୁମାର (୩୦*), ସର୍ଫରାଜ ଖାନ୍ (୧୭), ୟାଶ ଧୂଲ (୧୦) ଦଳକୁ ବଡ଼ ସ୍କୋର୍ ଆଡ଼କୁ ନେଇପାରିନଥିଲେ। ସୌରାଷ୍ଟ୍ର ପକ୍ଷରୁ ୩ ସ୍ପିନର୍ ବାମହାତୀ ପାର୍ଥ ଭୂତ (୪/୮୫), ଧର୍ମେନ୍ଦ୍ରସିଂହ ଜାଦେଜା (୨/୮୯) ଓ ଅଫସ୍ପିନର୍ ଯୁବରାଜସିଂହ ଡୋଡିୟା (୨/୭୪) ସମସ୍ତ ୮ ୱିକେଟ୍ ବାଣ୍ଟି ନେଇଛନ୍ତି।

Tags: