ଇମିଲିଆ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ
ଇମୋଲା: ରେଡ୍ବୁଲ୍ ଚାଳକ ମ୍ୟାକ୍ସ ଭର୍ସ୍ତାପେନ ପୁଣି ବିଜୟ ଧାରାକୁ ଫେରିଛନ୍ତି। ରବିବାର ଇମିଲିଆ ରେମାଗ୍ନା ଗ୍ରାଁ ପ୍ରିରେ ଏହି ନେଦରଲାଣ୍ଡ୍ସ ତାରକା ଚାମ୍ପିଅନ୍ ହୋଇଛନ୍ତି। ଏହାଫଳରେ ଏହି ୩ ଥର ବିଶ୍ବ ବିଜେତା ଇମୋଲାରେ ଲଗାତାର ତୃତୀୟ ଟ୍ରଫି ଜିତିଛନ୍ତି। ମ୍ୟାକ୍ଲରେନର ଲାଣ୍ଡୋ ନୋରିସ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଫେରାରିର ଚାର୍ଲେସ ଲେକଲର୍କ ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଥିଲେ। ୭ ଥରର ବିଶ୍ବବିଜେତା ମର୍ସିଡିଜ୍ ଚାଳକ ଲୁଇସ ହାମିଲଟନ୍ ଷଷ୍ଠ ସ୍ଥାନରେ […]
ଇମୋଲା: ରେଡ୍ବୁଲ୍ ଚାଳକ ମ୍ୟାକ୍ସ ଭର୍ସ୍ତାପେନ ପୁଣି ବିଜୟ ଧାରାକୁ ଫେରିଛନ୍ତି। ରବିବାର ଇମିଲିଆ ରେମାଗ୍ନା ଗ୍ରାଁ ପ୍ରିରେ ଏହି ନେଦରଲାଣ୍ଡ୍ସ ତାରକା ଚାମ୍ପିଅନ୍ ହୋଇଛନ୍ତି। ଏହାଫଳରେ ଏହି ୩ ଥର ବିଶ୍ବ ବିଜେତା ଇମୋଲାରେ ଲଗାତାର ତୃତୀୟ ଟ୍ରଫି ଜିତିଛନ୍ତି। ମ୍ୟାକ୍ଲରେନର ଲାଣ୍ଡୋ ନୋରିସ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଫେରାରିର ଚାର୍ଲେସ ଲେକଲର୍କ ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଥିଲେ। ୭ ଥରର ବିଶ୍ବବିଜେତା ମର୍ସିଡିଜ୍ ଚାଳକ ଲୁଇସ ହାମିଲଟନ୍ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ମ୍ୟାକ୍ଲରେନର ଓସ୍କାର ପ୍ଲାଷ୍ଟୋ ଓ ଫେରାରିର କାର୍ଲୋସ ସୈଞ୍ଜ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିଲେ।




