ଇମର୍ଜି ମହିଳା ଏସିଆ କପ୍ ପାଇଁ ଭାରତ ଏ’ ଦଳ

ମୁମ୍ବାଇ: ଆସନ୍ତା ୧୨ ତାରିଖରୁ ହଂକଂରେ ଖେଳାଯିବାକୁ ଥିବା ଏସିସି ଇମର୍ଜିଂ ମହିଳା ଏସିଆ କପ୍ ପାଇଁ ବିସିସିଆଇ ପକ୍ଷରୁ ଭାରତ ଏ’ ଦଳର ଘୋଷଣା କରାଯାଇଛି। ଶ୍ବେତା ସେରାୱତଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ସୌମ୍ୟା ତିୱାରୀ ଉପ ଅଧିନାୟିକା ଚୟନ ହୋଇଛନ୍ତି। ଏଥିସହିତ ଉମା ଛେତ୍ରୀ ଓ ମମତା ମଦିୱାଲା ଦୁଇଜଣ ୱିକେଟରକ୍ଷକ ଏହି ଦଳରେ ସାମିଲ ହୋଇଛନ୍ତି। ପ୍ରତିଯୋଗିତାରେ ଭାରତ ଗ୍ରୁପ୍ ଏ’ରେ ସ୍ଥାନ ପାଇଥିଲା ବେଳେ ୧୩ ତାରିଖରେ ହଂକଂ, ୧୫ […]

Samaya Live Picture
Published On

ମୁମ୍ବାଇ: ଆସନ୍ତା ୧୨ ତାରିଖରୁ ହଂକଂରେ ଖେଳାଯିବାକୁ ଥିବା ଏସିସି ଇମର୍ଜିଂ ମହିଳା ଏସିଆ କପ୍ ପାଇଁ ବିସିସିଆଇ ପକ୍ଷରୁ ଭାରତ ଏ’ ଦଳର ଘୋଷଣା କରାଯାଇଛି। ଶ୍ବେତା ସେରାୱତଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ସୌମ୍ୟା ତିୱାରୀ ଉପ ଅଧିନାୟିକା ଚୟନ ହୋଇଛନ୍ତି। ଏଥିସହିତ ଉମା ଛେତ୍ରୀ ଓ ମମତା ମଦିୱାଲା ଦୁଇଜଣ ୱିକେଟରକ୍ଷକ ଏହି ଦଳରେ ସାମିଲ ହୋଇଛନ୍ତି। ପ୍ରତିଯୋଗିତାରେ ଭାରତ ଗ୍ରୁପ୍ ଏ’ରେ ସ୍ଥାନ ପାଇଥିଲା ବେଳେ ୧୩ ତାରିଖରେ ହଂକଂ, ୧୫ ତାରିଖରେ ଥାଇଲାଣ୍ଡ ଓ ୧୭ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ଗ୍ରୁପ୍ ବି’ରେ ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ ଓ ୟୁଏଇ ସ୍ଥାନ ପାଇଛନ୍ତି।
ଭାରତୀୟ ଏ’ ଦଳ: ଶ୍ବେତା ସେରାୱତ (ଅଧିନାୟିକା), ସୌମ୍ୟା ତିୱାରୀ (ଉପ ଅଧିନାୟିକା), ତ୍ରିଶା ଗୋଁଗାଡି, ମୁସ୍କାନ ମଲ୍ଲିକ, ଶ୍ରେୟଙ୍କା ପାଟିଲ, କନିକା ଆହୂଜା, ଉମା ଛେତ୍ରୀ, ମମତା ମଦିୱାଲା, ଟିଟାସ୍ ସାଦ୍ଧୁ, ଯଶଶ୍ରୀ ଏସ୍., କାଶ୍ଭୀ ଗୌତମ, ପାର୍ଶ୍ବବୀ ଚୋପ୍ରା, ମନ୍ନତ କାଶ୍ୟପ, ବି ଅନୁଶା।

Tags: