ଇମର୍ଜିଂ ଏସିଆ କପରେ ଭାରତ-ପାକିସ୍ତାନ ଫାଇନାଲ୍

କଲମ୍ବୋ: ଇମର୍ଜିଂ ଏସିଆ କପ୍ ଫାଇନାଲ୍ରେ ଭାରତ ଏ’ ଓ ପାକିସ୍ତାନ ଏ’ ମଧ୍ୟରେ ମୁକାବିଲା ହେବ। ଭାରତ ପ୍ରଥମ ସେମିଫାଇନାଲ୍ରେ ୫୧ ରନ୍ରେ ବାଂଲାଦେଶ ଏ’କୁ ପରାସ୍ତ କରିଥିଲା। ଦ୍ବିତୀୟ ସେମିଫାଇନାଲ୍ରେ ପାକିସ୍ତାନ ୬୦ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଅଧିନାୟକ ୟସ ଧୂଲ (୬୬ ରନ୍)ଙ୍କ ଧୌର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭା୍ରତ ୪୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ଅଭିଷେକ ଶର୍ମା ୩୪, ସାଇ ସୁଦର୍ଶନ ୨୧ ଓ ମାନବ […]

Samaya Live Picture
Published On

କଲମ୍ବୋ: ଇମର୍ଜିଂ ଏସିଆ କପ୍ ଫାଇନାଲ୍ରେ ଭାରତ ଏ’ ଓ ପାକିସ୍ତାନ ଏ’ ମଧ୍ୟରେ ମୁକାବିଲା ହେବ। ଭାରତ ପ୍ରଥମ ସେମିଫାଇନାଲ୍ରେ ୫୧ ରନ୍ରେ ବାଂଲାଦେଶ ଏ’କୁ ପରାସ୍ତ କରିଥିଲା। ଦ୍ବିତୀୟ ସେମିଫାଇନାଲ୍ରେ ପାକିସ୍ତାନ ୬୦ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଅଧିନାୟକ ୟସ ଧୂଲ (୬୬ ରନ୍)ଙ୍କ ଧୌର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭା୍ରତ ୪୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ଅଭିଷେକ ଶର୍ମା ୩୪, ସାଇ ସୁଦର୍ଶନ ୨୧ ଓ ମାନବ ସୂତାର ୨୧ ରନର ଉପଯୋଗୀ ପାଳି ଖେଳିଥିଲେ। ଜବାବରେ ବାଂଲାଦେଶ ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୦ ରନ୍ କରିପାରିଥିଲା। ଭାରତ ପକ୍ଷରୁ ନିଶାନ୍ତ ସିନ୍ଧୁ ୫ ୱିକେଟ୍ ସଫଳତା ପାଇଥିଲା ବେବଳେ ମାନବ ସୂତାର ୩, ଅଭିଷେକ ଶର୍ମା ଓ ଯୁବରାଜସିଂହ ବୁଦିୟା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ଅଧିନାୟକ ୟସ ଧୁଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Tags: