ଇମର୍ଜିଂ ଏସିଆ କପରେ ଭାରତୀୟ ଏ’ ଦଳର ନେତୃତ୍ବ ନେବେ ୟଶ ଧୂଲ୍

ମୁମ୍ବାଇ: କଲମ୍ବୋରେ ଖେଳାଯିବାକୁ ଥିବା ଏସିସି ପୁରୁଷ ଇମର୍ଜିଂ ଏସିଆ କପ୍ ପାଇଁ ୟଶ ଧୂଲ୍ଙ୍କ ନେତୃତ୍ବରେ ଭାରତ ଏ’ ଦଳର ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ଆସନ୍ତା ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଦଳରେ ଅଭିଷେକ ଶର୍ମା ଉପଅଧିନାୟକ ଦାୟିତ୍ବ ପାଇଛନ୍ତି। ଷ୍ଟାଣ୍ଡ ବାଇରେ ହର୍ଷ ଦୁବେ, ନେହଲ ୱାଧିରା, ସ୍ନେଲ ପଟେଲ୍, ମୋହିତ ରେଡକର ରହିଛନ୍ତି। ଦଳ ସହିତ ସିତାଂଶୁ କୋଟକ ମୁଖ୍ୟ ପ୍ରଶିକ୍ଷକ, ସାଇରାଜ ବାହୁତୁଲେ ବୋଲିଂ ପ୍ରଶିକ୍ଷକ ଏବଂ […]

Samaya Live Picture
Published On

ମୁମ୍ବାଇ: କଲମ୍ବୋରେ ଖେଳାଯିବାକୁ ଥିବା ଏସିସି ପୁରୁଷ ଇମର୍ଜିଂ ଏସିଆ କପ୍ ପାଇଁ ୟଶ ଧୂଲ୍ଙ୍କ ନେତୃତ୍ବରେ ଭାରତ ଏ’ ଦଳର ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ଆସନ୍ତା ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଦଳରେ ଅଭିଷେକ ଶର୍ମା ଉପଅଧିନାୟକ ଦାୟିତ୍ବ ପାଇଛନ୍ତି। ଷ୍ଟାଣ୍ଡ ବାଇରେ ହର୍ଷ ଦୁବେ, ନେହଲ ୱାଧିରା, ସ୍ନେଲ ପଟେଲ୍, ମୋହିତ ରେଡକର ରହିଛନ୍ତି। ଦଳ ସହିତ ସିତାଂଶୁ କୋଟକ ମୁଖ୍ୟ ପ୍ରଶିକ୍ଷକ, ସାଇରାଜ ବାହୁତୁଲେ ବୋଲିଂ ପ୍ରଶିକ୍ଷକ ଏବଂ ମନୀଷ ବାଲି କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଭାବେ କଲମ୍ବୋ ଗସ୍ତ କରିବେ। ଗ୍ରୁପ୍ ବି’ରେ ସ୍ଥାନ ପାଇଥିବା ଭାରତ ୧୩ ତାରିଖରେ ୟୁଏଇ, ୧୫ ତାରିଖରେ ପାକିସ୍ତାନ, ୧୮ ତାରିଖରେ ନେପାଳ ସହିତ ଲିଗ୍ ମ୍ୟାଚ୍ ଖେଳିବ। ଗ୍ରୁପ୍ ଏ’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଓମାନ ସ୍ଥାନିତ ହୋଇଛନ୍ତି। ଉଭୟ ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ୨୧ ତାରିଖରେ ସେମିଫାଇନାଲ୍ ଖେଳିବେ ଏବଂ ୨୩ ତାରିଖରେ ଫାଇନାଲ୍ ଅନୁଷ୍ଠିତ ହେବ।
ଭାରତୀୟ ଦଳ: ୟଶ ଧୂଲ୍ (ଅଧିନାୟକ), ସାଇ ସୁଦର୍ଶନ, ଅଭିଷେକ ଶର୍ମା, ନିକିନ ଜୋସ୍, ପ୍ରଦୋଷ ରଂଜନ ପଲ୍, ରିୟାନ ପରାଗ, ନିଶାନ୍ତ ସିନ୍ଧୁ, ପ୍ରଭସିମ୍ରନ ସିଂହ, ଧ୍ରୁବ ଜୁରେଲ, ମାନବ ସୁତାର, ଯୁବରାଜ ସିଂହ ଡୋଡିୟା, ହର୍ଷିତ ରାଣା, ଆକାଶ ସିଂହ, ନୀତୀଶ କୁମାର ରେଡ୍ଡୀ, ରାଜବର୍ଦ୍ଧନ ହଙ୍ଗରଗେକର।

Tags: