ଇମର୍ଜିଂ ଏସିଆ କପରେ ଧୂଲଙ୍କ ଶତକ; ୟୁଏଇକୁ ୮ ୱିକେଟରେ ହରାଇଲା ଭାରତ

କଲମ୍ବୋ: ୟଶ ଧୂଲ୍ଙ୍କ ଅପରାଜିତ ଶତକ ବଳରେ ଏଠାରେ ଚାଲିଥିବା ଇମର୍ଜିଂ ଏସିଆ କପ୍ରେ ଭାରତ ଏ’ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସିଂହଳି ସ୍ପୋର୍ଟ୍ସ କ୍ଲବ୍ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୮ ୱିକେଟ୍ରେ ୟୁଏଇ ଏ’ କୁ ପରାସ୍ତ କରିଛି। ଭାରତ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ୟୁଏଇ ୯ ୱିକେଟ୍ ବିନିମୟରେ ୧୭୫ ରନ୍ ସଂଗ୍ରହ କରିଥିଲା। ଅଶ୍ବନାଥ ଭାଲ୍ଥାପା ୪୬, ଆର୍ୟାଂଶ ଶର୍ମା ୩୮ ଓ ମହମ୍ମଦ ଫରାଜୁଦ୍ଦିନ୍ […]

Samaya Live Picture
Published On

କଲମ୍ବୋ: ୟଶ ଧୂଲ୍ଙ୍କ ଅପରାଜିତ ଶତକ ବଳରେ ଏଠାରେ ଚାଲିଥିବା ଇମର୍ଜିଂ ଏସିଆ କପ୍ରେ ଭାରତ ଏ’ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସିଂହଳି ସ୍ପୋର୍ଟ୍ସ କ୍ଲବ୍ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୮ ୱିକେଟ୍ରେ ୟୁଏଇ ଏ’ କୁ ପରାସ୍ତ କରିଛି। ଭାରତ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ୟୁଏଇ ୯ ୱିକେଟ୍ ବିନିମୟରେ ୧୭୫ ରନ୍ ସଂଗ୍ରହ କରିଥିଲା। ଅଶ୍ବନାଥ ଭାଲ୍ଥାପା ୪୬, ଆର୍ୟାଂଶ ଶର୍ମା ୩୮ ଓ ମହମ୍ମଦ ଫରାଜୁଦ୍ଦିନ୍ ୩୫ ରନ୍ କରିଥିଲେ। ଭାରତ ପକ୍ଷରୁ ହର୍ଷିତ ଶର୍ମା ୪ ୱିକେଟ୍ ନେଇଥିଲା ବେଳେ ନୀତିଶ ରେଡ୍ଡୀ ୨, ମାନବ ସୂତାର ୨ ଓ ଅଭିଷେକ ଶର୍ମା ୧ ୱିକେଟ୍ ନେଇଥିଲେ। ୧୭୬ ରନ୍କୁ ପିଛା କରି ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସାଇ ସୁଦର୍ଶନ (୪ ) ଓ ଅଭିଷଷେକ ଶର୍ମା (୧୯) ପାୱାରପ୍ଲେ ଭିତରେ ଆଉଟ୍ ହେବା ପରେ ୟଶ ଧୂଲ୍ (୧୦୮*, ୮୪ ବଲ୍) ଓ ନିକିନ୍ ଜୋସ୍ (୪୧*) ତୃତୀୟ ୱିକେଟ୍ରେ ୧୩୮* ରନ୍ ଯୋଡ଼ି ଦଳକୁ ୨୬.୩ ଓଭରରେ ଜିତାଇଥିଲେ।

Tags: