ଇନଷ୍ଟାଗ୍ରାମରେ କୋହଲିଙ୍କର ୨୫୦ ମିଲିଅନ୍ ଫଲୋୟର୍ସ; ବିଶ୍ବରେ ତୃତୀୟ କ୍ରୀଡ଼ାବିତ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ପୁଣି ଏକ ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ପ୍ରଥମ ଓ ଏକମାତ୍ର ଭାରତୀୟ ଭାବେ ଇନଷ୍ଟାଗ୍ରାମରେ କୋହଲିଙ୍କର ୨୫୦ ମିଲିଅନ୍ ଫଲୋୟର୍ସ ରହିଛନ୍ତି। ଜଣେ କ୍ରୀଡ଼ାବିତ୍ ଭାବେ ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ବିଶ୍ବରେ ସେ ତୃତୀୟ ସ୍ଥାନରେ ଆସିଛନ୍ତି। ଏହି ତାଲିକାରେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ୍ ମେସି ସବୁଠୁ ଆଗରେ ରହିଛନ୍ତି। ବର୍ତ୍ତମାନ ଚାଲିଥିବା ଆଇପିଏଲ୍ରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳୁଥିଲେ। ୧୪ ମ୍ୟାଚ୍ରୁ ସେ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ପୁଣି ଏକ ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ପ୍ରଥମ ଓ ଏକମାତ୍ର ଭାରତୀୟ ଭାବେ ଇନଷ୍ଟାଗ୍ରାମରେ କୋହଲିଙ୍କର ୨୫୦ ମିଲିଅନ୍ ଫଲୋୟର୍ସ ରହିଛନ୍ତି। ଜଣେ କ୍ରୀଡ଼ାବିତ୍ ଭାବେ ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ବିଶ୍ବରେ ସେ ତୃତୀୟ ସ୍ଥାନରେ ଆସିଛନ୍ତି। ଏହି ତାଲିକାରେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ୍ ମେସି ସବୁଠୁ ଆଗରେ ରହିଛନ୍ତି। ବର୍ତ୍ତମାନ ଚାଲିଥିବା ଆଇପିଏଲ୍ରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳୁଥିଲେ। ୧୪ ମ୍ୟାଚ୍ରୁ ସେ ୫୩.୨୫ ହାରରେ ୬୩୯ ରନ୍ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ୨ ଶତକ ଓ ୬ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। କୋହଲିଙ୍କର ପରବର୍ତ୍ତୀ ଆନ୍ତର୍ଜାତିକ ମ୍ୟାଚ୍ ହେଉଛି ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍।




