ଇଣ୍ଡୋନେସିଆ ଓପନ୍ ଡବଲ୍ସ ଟ୍ରଫି ଜିତିବାରେ ସାତ୍ବିକ-ଚିରାଗ ପ୍ରଥମ ଭାରତୀୟ ଯୋଡ଼ି
ଜାକର୍ତ୍ତା: ଭାରତର ତାରକା ବ୍ୟାଡ୍ମିଣ୍ଟନ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଇଣ୍ଡୋନେସିଆ ଓପନ୍ର ପୁରୁଷ ଯୁଗଳ ଚାମ୍ପିଅନ୍ ହୋଇ ଇତିହାସ ରଚିଛନ୍ତି। ଫାଇନାଲ୍ରେ ସାତ୍ବିକ ଓ ଚିରାଗ ୨୧-୧୭, ୨୧-୧୮ ରେ ମାଲେସିଆ ଯୋଡ଼ି ଆରୋନ ଚିଆ ଓ ସୋ ଉଇ ୟିକାଙ୍କୁ ମାତ୍ ଦେଇଥିଲେ। ଏଥିସହ ସାତ୍ବିକ-ଚିରାଗ ପ୍ରଥମ ଭାରତୀୟ ଯୋଡ଼ି ଭାବେ ଇଣ୍ଡୋନେସିଆରେ ଟ୍ରଫି ଜିତିବାର ଗୌଫରବ ପାଇଥିଲେ। ଏମାନେ ମଧ୍ୟ ସୁପର ୧୦୦୦ ଇଭେଣ୍ଟରେ ଟ୍ରଫି ଜିତିବାରେ ଦେଶର […]
ଜାକର୍ତ୍ତା: ଭାରତର ତାରକା ବ୍ୟାଡ୍ମିଣ୍ଟନ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଇଣ୍ଡୋନେସିଆ ଓପନ୍ର ପୁରୁଷ ଯୁଗଳ ଚାମ୍ପିଅନ୍ ହୋଇ ଇତିହାସ ରଚିଛନ୍ତି। ଫାଇନାଲ୍ରେ ସାତ୍ବିକ ଓ ଚିରାଗ ୨୧-୧୭, ୨୧-୧୮ ରେ ମାଲେସିଆ ଯୋଡ଼ି ଆରୋନ ଚିଆ ଓ ସୋ ଉଇ ୟିକାଙ୍କୁ ମାତ୍ ଦେଇଥିଲେ। ଏଥିସହ ସାତ୍ବିକ-ଚିରାଗ ପ୍ରଥମ ଭାରତୀୟ ଯୋଡ଼ି ଭାବେ ଇଣ୍ଡୋନେସିଆରେ ଟ୍ରଫି ଜିତିବାର ଗୌଫରବ ପାଇଥିଲେ। ଏମାନେ ମଧ୍ୟ ସୁପର ୧୦୦୦ ଇଭେଣ୍ଟରେ ଟ୍ରଫି ଜିତିବାରେ ଦେଶର ପ୍ରଥମ ଯୋଡ଼ି ହୋଇଛନ୍ତି। ଜାକର୍ତ୍ତାରେ ଏମାନଙ୍କ ପୂର୍ବରୁ ଭାରତର ସାଇନା ନେହୱାଲ (୨୦୧୦, ୨୦୧୨) ଏବଂ କିଦାମ୍ବି ଶ୍ରୀକାନ୍ତ (୨୦୧୭) ଏକକ ଟ୍ରଫି ଜିତିଥିଲେ। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ଏବଂ ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଜିତିଥିବା ବିଶ୍ବର ଏହି ୬ ନମ୍ବର ଯୋଡ଼ି ସୁପର ୧୦୦, ୨୦୦, ୫୦୦, ୭୫୦ ଓ ୧୦୦୦ ଟାଇଟଲ୍ ଜିତିବାରେ ଦେଶର ପ୍ରଥମ ଯୋଡ଼ି ମଧ୍ୟ ହୋଇଛନ୍ତି।




