ଇଣ୍ଡୋନେସିଆ ଓପନ୍ କ୍ବାର୍ଟରଫାଇନାଲରେ ପ୍ରଣୟ, ସାତ୍ତ୍ବିକ-ଚିରାଗ

ଜାକର୍ତ୍ତା: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଏଚ୍ଏସ୍ ପ୍ରଣୟ ଏବଂ ପୁରୁଷ ଡବଲ୍ସ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ପୁରୁଷ ସିଙ୍ଗଲ୍ସରେ ପ୍ରଣୟ ୨୧-୧୮, ୨୧-୬ରେ ଜାପାନର କୋଡାଇ ନାରାଓକାଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍ରେ ପ୍ରଣୟଙ୍କ ମୁକାବିଲା ଡେନ୍ମାର୍କର ଭିକ୍ଟର ଆକ୍ସେଲସନ୍ଙ୍କ ସହିତ ହେବ। ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲ୍ରେ ସାତ୍ତ୍ବିକ ଓ ଚିରାଗ ୨୧-୧୩, ୨୧-୧୩ରେ ସ୍ଥାନୀୟ ଯୋଡ଼ି ମହମ୍ମଦ ଫଜାର ଅଲଫିଆନ୍ ଓ ରିଆନ ଅର୍ଡିଆନ୍ତୋଙ୍କୁ ପରାସ୍ତ କରି ସମସ୍ତଙ୍କୁ […]

Samaya Live Picture
Published On

ଜାକର୍ତ୍ତା: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଏଚ୍ଏସ୍ ପ୍ରଣୟ ଏବଂ ପୁରୁଷ ଡବଲ୍ସ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ପୁରୁଷ ସିଙ୍ଗଲ୍ସରେ ପ୍ରଣୟ ୨୧-୧୮, ୨୧-୬ରେ ଜାପାନର କୋଡାଇ ନାରାଓକାଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍ରେ ପ୍ରଣୟଙ୍କ ମୁକାବିଲା ଡେନ୍ମାର୍କର ଭିକ୍ଟର ଆକ୍ସେଲସନ୍ଙ୍କ ସହିତ ହେବ। ପୁରୁଷ ଡବଲ୍ସ କ୍ବାର୍ଟର ଫାଇନାଲ୍ରେ ସାତ୍ତ୍ବିକ ଓ ଚିରାଗ ୨୧-୧୩, ୨୧-୧୩ରେ ସ୍ଥାନୀୟ ଯୋଡ଼ି ମହମ୍ମଦ ଫଜାର ଅଲଫିଆନ୍ ଓ ରିଆନ ଅର୍ଡିଆନ୍ତୋଙ୍କୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଛନ୍ତି। ଅନ୍ୟପକ୍ଷରେ କିଦାମ୍ବି ଶ୍ରୀକାନ୍ତ ଇଣ୍ଡୋନେସିଆ ଓପନ୍ରୁ ବିଦାୟ ନେଇଛନ୍ତି। ଏଠାରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍ରେ ଶ୍ରୀକାନ୍ତ ଚୀନ୍ର ଲି ସି ଫେଙ୍ଗ୍ଙ୍କ ସହିତ କଡ଼ା ପ୍ରତିଦ୍ବନ୍ଦ୍ବିତା କରି ୧୪-୨୧, ୨୧-୧୪, ୧୨-୨୧ ରେ ପରାଜିତ ହୋଇଥିଲେ। ମ୍ୟାଚ୍ ଆରମ୍ଭରୁ ଶ୍ରୀକାନ୍ତ ୨-୦ରେ ଅଗ୍ରଣୀ ନେଇଥିଲେ ସୁଦ୍ଧା ଫେଙ୍ଗ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଶ୍ରୀକାନ୍ତ ଏକାଧିକ ଭୁଲ୍ ସଟ୍ ଖେଳିବାରୁ ଫେଙ୍ଗ୍ ତାହାର ଫାଇଦା ଉଠାଇଥିଲେ। ଏହି ବିଜୟ ଫଳରେ ଫେଙ୍ଗ୍ ପୂର୍ବ ମ୍ୟାଚ୍ର ପ୍ରତିଶୋଧ ନେବାରେ ସଫଳ ହୋଇଥିଲେ।

Tags: