ଇଣ୍ଟର ମିଆମିରେ ଯୋଗ ଦେଇପାରନ୍ତି ଲିଓନେଲ୍ ମେସି
ମିଆମି: ଆର୍ଜେଣ୍ଟିନା ଫୁଟ୍ବଲ୍ ଷ୍ଟାର୍ ଲିଓନେଲ ମେସି ମେଜର ଲିଗ୍ ସକର ଦଳ ତଥା ଡେଭିଡ ବେକହାମଙ୍କ ସହ ମାଲିକାନାରେ ଥିବା ଇଣ୍ଟର ମିଆମିରେ ଯୋଗ ଦେଇପାରନ୍ତି। ୩୫ ବର୍ଷୀୟ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍ଜି) ଫରୱାର୍ଡ ନିଜର ପୂର୍ବ କ୍ଲବ୍ ବାର୍ସିଲୋନା ଏବଂ ସାଉଦି ଆରବୀୟ କ୍ଲବ୍ ଅଲ୍ ହିଲାଲ୍ ବଦଳରେ ଆମେରିକୀୟ କ୍ଲବ୍ ସହ ଚୁକ୍ତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨ ଋତୁ ହେବ ମେସି ପିଏସ୍ଜିରେ ଖେଳୁଛନ୍ତି। ଶନିବାର ସେ ଏହି କ୍ଲବ୍ […]
ମିଆମି: ଆର୍ଜେଣ୍ଟିନା ଫୁଟ୍ବଲ୍ ଷ୍ଟାର୍ ଲିଓନେଲ ମେସି ମେଜର ଲିଗ୍ ସକର ଦଳ ତଥା ଡେଭିଡ ବେକହାମଙ୍କ ସହ ମାଲିକାନାରେ ଥିବା ଇଣ୍ଟର ମିଆମିରେ ଯୋଗ ଦେଇପାରନ୍ତି। ୩୫ ବର୍ଷୀୟ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍ଜି) ଫରୱାର୍ଡ ନିଜର ପୂର୍ବ କ୍ଲବ୍ ବାର୍ସିଲୋନା ଏବଂ ସାଉଦି ଆରବୀୟ କ୍ଲବ୍ ଅଲ୍ ହିଲାଲ୍ ବଦଳରେ ଆମେରିକୀୟ କ୍ଲବ୍ ସହ ଚୁକ୍ତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨ ଋତୁ ହେବ ମେସି ପିଏସ୍ଜିରେ ଖେଳୁଛନ୍ତି। ଶନିବାର ସେ ଏହି କ୍ଲବ୍ ପକ୍ଷରୁ ଶେଷ ମ୍ୟାଚ୍ ଖେଳିବେ। ୨୦୨୧ରେ ବାର୍ସିଲୋନା ଛାଡ଼ିବା ପରେ ପିଏସ୍ଜିରେ ଯୋଗ ଦେଇଥିଲେ।




