ଇଣ୍ଟରକଣ୍ଟିନେଣ୍ଟାଲ୍ କପରେ ଭାନୁଆତୁକୁ ହରାଇଲା ଲେବାନନ୍
ଭୁବନେଶ୍ବର: ଲେବାନନ୍ ଅଧିନାୟକ ହାସନ ମାତୌକଙ୍କୁ ଦୁଇଟି ଗୋଲ୍ ସହଭାଗୀତା ଯୋଗୁଁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ର ପ୍ରଥମ ମ୍ୟାଚ୍ରେ ଲେବାନନ୍ ୩-୧ ଗୋଲ୍ରେ ଭାନୁଆତୁକୁ ପରାସ୍ତ କରିଛି। ଲେବାନନ୍ ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲା। ୫୯ ମିନିଟ୍ରେ ମାତୌକଙ୍କଠୁ ପାସ୍ ପାଇ ନାଦେର ମାତାର୍ ପ୍ରଥମ ଗୋଲ୍ ଦେଇଥିଲେ। ଏହା ଫଳରେ ଲେବାନନ୍ ଅଗ୍ରଣୀ ପାଇଥିଲେ ବି ତିନି ମିନିଟ୍ ପରେ ଜନ୍ ଓହାଲେ ଏହାକୁ ଶୁଝିଥିଲେ। କିନ୍ତୁ ୭୨ ମିନିଟ୍ରେ ମାତୌକଙ୍କ ଫ୍ରି […]
ଭୁବନେଶ୍ବର: ଲେବାନନ୍ ଅଧିନାୟକ ହାସନ ମାତୌକଙ୍କୁ ଦୁଇଟି ଗୋଲ୍ ସହଭାଗୀତା ଯୋଗୁଁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ର ପ୍ରଥମ ମ୍ୟାଚ୍ରେ ଲେବାନନ୍ ୩-୧ ଗୋଲ୍ରେ ଭାନୁଆତୁକୁ ପରାସ୍ତ କରିଛି। ଲେବାନନ୍ ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲା। ୫୯ ମିନିଟ୍ରେ ମାତୌକଙ୍କଠୁ ପାସ୍ ପାଇ ନାଦେର ମାତାର୍ ପ୍ରଥମ ଗୋଲ୍ ଦେଇଥିଲେ। ଏହା ଫଳରେ ଲେବାନନ୍ ଅଗ୍ରଣୀ ପାଇଥିଲେ ବି ତିନି ମିନିଟ୍ ପରେ ଜନ୍ ଓହାଲେ ଏହାକୁ ଶୁଝିଥିଲେ। କିନ୍ତୁ ୭୨ ମିନିଟ୍ରେ ମାତୌକଙ୍କ ଫ୍ରି ହିଟ୍ ସଟ୍କୁ ହାସନ୍ କୌରାନି ହେଡ୍ କରି ଦ୍ବିତୀୟ ଗୋଲ୍ ଦେଇଥିଲା ବେଳେ ଓ ୮୫ ମିନିଟ୍ରେ କରିମ୍ ଡାରୱିଚ୍ ଗୋଲ୍ ଦେଇ ଲେବାନନ୍କୁ ଏକତରଫା ଜିତାଇଥିଲେ। ଏହି ବିଜୟ ଦ୍ବାରା ୨୦୨୧ ପରେ ପ୍ରଥମ ଥର ପାଇଁ ଲେବାନନ୍ କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଜିତିପାରିଛି।




