ଇଟାଲିଆନ୍ ଓପନ୍ ଟ୍ରଫି ଜିତିଲେ ରିବାକିନା
ରୋମ୍: ୱିମ୍ବିଲଡନ୍ ବିଜୟିନୀ କାଜାକସ୍ତାନର ଏଲିନା ରିବାକିନା ଇଟାଲିଆନ୍ ଓପନ୍ ମହିଳା ଏକକ ଟ୍ରଫି ଜିତିଛନ୍ତି। ରିବାକିନା ଫାଇନାଲ୍ରେ ପ୍ରଥମ ସେଟ୍କୁ ୬-୪ରେ ଜିତିବା ପରେ ଦ୍ବିତୀୟ ସେଟ୍ରେ ୧-୦ରେ ଆଗୁଆ ରହିଥିଲା ବେଳେ ତାଙ୍କ ୟୁକ୍ରେନ୍ ପ୍ରତିଦ୍ବନ୍ଦ୍ବୀ ଆହ୍ନେଲିନା କାଲିନିନା ଆହତ ଯୋଗୁଁ ଓହରିଯାଇଥିଲେ। ଫଳରେ ରିବାକିନା ଟ୍ରଫି ଜିତି ନେଇଥିଲେ। ଏଥିସହିତ ଚଳିତ ଋତୁରେ ପ୍ରଥମ ଖେଳାଳି ଭାବେ ୨୩ ବର୍ଷ ବୟସ୍କା ରିବାକିନା ଦୁଇଟି ଡବ୍ଲୁଟିଏ ୧୦୦୦ ଟ୍ରଫି ଜିତିବାର ଗୌରବ ବହନ […]
ରୋମ୍: ୱିମ୍ବିଲଡନ୍ ବିଜୟିନୀ କାଜାକସ୍ତାନର ଏଲିନା ରିବାକିନା ଇଟାଲିଆନ୍ ଓପନ୍ ମହିଳା ଏକକ ଟ୍ରଫି ଜିତିଛନ୍ତି। ରିବାକିନା ଫାଇନାଲ୍ରେ ପ୍ରଥମ ସେଟ୍କୁ ୬-୪ରେ ଜିତିବା ପରେ ଦ୍ବିତୀୟ ସେଟ୍ରେ ୧-୦ରେ ଆଗୁଆ ରହିଥିଲା ବେଳେ ତାଙ୍କ ୟୁକ୍ରେନ୍ ପ୍ରତିଦ୍ବନ୍ଦ୍ବୀ ଆହ୍ନେଲିନା କାଲିନିନା ଆହତ ଯୋଗୁଁ ଓହରିଯାଇଥିଲେ। ଫଳରେ ରିବାକିନା ଟ୍ରଫି ଜିତି ନେଇଥିଲେ। ଏଥିସହିତ ଚଳିତ ଋତୁରେ ପ୍ରଥମ ଖେଳାଳି ଭାବେ ୨୩ ବର୍ଷ ବୟସ୍କା ରିବାକିନା ଦୁଇଟି ଡବ୍ଲୁଟିଏ ୧୦୦୦ ଟ୍ରଫି ଜିତିବାର ଗୌରବ ବହନ କରିଛନ୍ତି। ଏହା ପୂର୍ବରୁ ସେ ଇଣ୍ଡିଆନ୍ ୱେଲ୍ସ ହାର୍ଡ କୋର୍ଟ ପ୍ରତିଯୋଗିତା ମଧ୍ୟ ଜିତିଥିଲେ। ସେ ମଧ୍ୟ ଅଷ୍ଟ୍ରେଲିଆନ୍ ଓପନ୍ ସାଙ୍ଗକୁ ମିଆମୀରେ ଉପବିଜୟିନୀ ରହିଥିଲେ। ଏପରିକି ଗୋଟିଏ ଋତୁରେ ଅଷ୍ଟ୍ରେଲିଆନ ଓପନ୍, ଇଣ୍ଡିଆନ୍ ୱେଲ୍ସ, ମିଆମୀ ଏବଂ ରୋମ୍ (ଇଟାଲିଆନ୍ ଓପନ୍) ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିବାରେ ତୃତୀୟ ମହିଳା ହୋଇଛନ୍ତି। ଏହା ପୂର୍ବରୁ କେବଳ ମୋନିକା ସେଲେସ (୧୯୯୧) ଏବଂ ମାରିଆ ସାରାପୋଭା (୨୦୧୨) ଏଭଳି କୃତିତ୍ବ ହାସଲ କରିଥିଲେ।




