ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ଟେଷ୍ଟରେ ସଂଘର୍ଷ କରୁଛି ଆୟର୍ଲାଣ୍ଡ
ଲର୍ଡ୍ସ: ଏଠାରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟରେ ଘରୋଇ ଦଳ ବିପକ୍ଷରେ ଆୟର୍ଲାଣ୍ଡ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୧୭୨ ରନ୍ ଜବାବରେ ଇଂଲଣ୍ଡ ଦ୍ବିତୀୟ ଦିନରେ ଓଲି ପୋପ୍ଙ୍କ ଦ୍ବିଶତକ (୨୦୫), ବେନ୍ ଡକେଟ୍ଙ୍କ ଶତକ (୧୮୨) ଏବଂ ଜାକ୍ କ୍ରଲି (୫୬) ଓ ଜୋ ରୁଟ୍ (୫୬)ଙ୍କ ଅର୍ଦ୍ଧଶତକୀୟ ପାଳି ସହଯୋଗରେ ଅଗ୍ରଣୀ ନେବା ସହ ୫୨୪/୪ ସ୍କୋରରେ ପାଳି ଘୋଷଣା କରିଥିଲା। ଦ୍ବିତୀୟ ଦିନ ଷ୍ଟମ୍ପ୍ସ ଅପସାରଣ […]
ଲର୍ଡ୍ସ: ଏଠାରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟରେ ଘରୋଇ ଦଳ ବିପକ୍ଷରେ ଆୟର୍ଲାଣ୍ଡ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୧୭୨ ରନ୍ ଜବାବରେ ଇଂଲଣ୍ଡ ଦ୍ବିତୀୟ ଦିନରେ ଓଲି ପୋପ୍ଙ୍କ ଦ୍ବିଶତକ (୨୦୫), ବେନ୍ ଡକେଟ୍ଙ୍କ ଶତକ (୧୮୨) ଏବଂ ଜାକ୍ କ୍ରଲି (୫୬) ଓ ଜୋ ରୁଟ୍ (୫୬)ଙ୍କ ଅର୍ଦ୍ଧଶତକୀୟ ପାଳି ସହଯୋଗରେ ଅଗ୍ରଣୀ ନେବା ସହ ୫୨୪/୪ ସ୍କୋରରେ ପାଳି ଘୋଷଣା କରିଥିଲା। ଦ୍ବିତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଆୟର୍ଲାଣ୍ଡ ଦ୍ବିତୀୟ ପାଳିରେ ୩ ୱିକେଟ୍ ବିନିମୟରେ ୯୭ ରନ୍ ସଂଗ୍ରହ କରିଛି। ଜୋସ୍ ଟଙ୍ଗ୍ ସବୁ ୱିକେଟ୍ ଅନ୍ତିଆର କରିଥିଲା ବେଳେ ପାଳି ପରାଜୟ ଏଡ଼ାଇବାକୁ ଆୟର୍ଲାଣ୍ଡ ପାଇଁ ଆହୁରି ୨୫୫ ରନ୍ର ଆବଶ୍ୟକତା ହେଉଛି।




