ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟରେ ଖେଳିବେନି ଯଶପ୍ରୀତ୍ ବୁମ୍‌ରା, କେଏଲ୍ ରାହୁଲ

ମୁମ୍ବାଇ: ରାଞ୍ଚିରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ଉପରୁ କାର୍ଯ୍ୟଭାର କମ୍ କରିବା ପାଇଁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ସେହିପରି କେଏଲ୍ ରାହୁଲ୍ଙ୍କୁ ମଧ୍ୟ ଏହି ମ୍ୟାଚ୍ ପାଇଁ ଦଳରେ ସାମଲ କରାଯାଇନାହିଁ। ସେ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନାହାନ୍ତି। ଧର୍ମଶାଳାରେ ହେବାକୁ ଥିବା ଶେଷ ଟେଷ୍ଟ ବେଳକୁ ଯଦି ତାଙ୍କର ଫିଟ୍ନେସ୍ ଠିକ୍ ରୁହେ, ତାହେଲେ ତାଙ୍କ ନାମକୁ […]

Samaya Live Picture
Published On

ମୁମ୍ବାଇ: ରାଞ୍ଚିରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ଉପରୁ କାର୍ଯ୍ୟଭାର କମ୍ କରିବା ପାଇଁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ସେହିପରି କେଏଲ୍ ରାହୁଲ୍ଙ୍କୁ ମଧ୍ୟ ଏହି ମ୍ୟାଚ୍ ପାଇଁ ଦଳରେ ସାମଲ କରାଯାଇନାହିଁ। ସେ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନାହାନ୍ତି। ଧର୍ମଶାଳାରେ ହେବାକୁ ଥିବା ଶେଷ ଟେଷ୍ଟ ବେଳକୁ ଯଦି ତାଙ୍କର ଫିଟ୍ନେସ୍ ଠିକ୍ ରୁହେ, ତାହେଲେ ତାଙ୍କ ନାମକୁ ବିଚାରକୁ ନିଆଯିବ ବୋଲି ବିସିସିଆଇ ଏକ ବିବୃତ୍ତିରେ ଜଣାଇଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍, ଶୁବମନ ଗିଲ୍, ରଜତ ପଟିଦାର, ସର୍ଫରାଜ ଖାନ୍, ଦେବଦତ୍ତ ପଡ଼ିକଲ୍, ଧ୍ରୁବ ଜୁରେଲ୍, କେଏସ୍ ଭରତ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ୍।

Tags: