ଇଂଲଣ୍ଡକୁ ୯ ୱିକେଟରେ ହରାଇ ବିଶ୍ବକପ୍ ଉଦ୍ଘାଟନୀ ମ୍ୟାଚ୍ ଜିତିଲା ନ୍ୟୁଜିଲାଣ୍ଡ
ଅହମଦାବାଦ: ଗତ ସଂସ୍କରଣର ଫାଇନାଲରେ ନାଟକୀୟ ଭାବେ ନ୍ୟୁଜିଲାଣ୍ଡକୁ ହରାଇଥିବା ଇଂଲଣ୍ଡ ଚଳିତ ବିଶ୍ବକପ୍ର ଉଦ୍ଘାଟନୀ ମ୍ୟାଚ୍ରେ ଏକତରଫା ପରାଜିତ ହୋଇଛି। ବିଜେତା ଇଂଲଣ୍ଡକୁ ୮୨ ବଲ୍ ବାକି ଥାଇ ୯ ୱିକେଟ୍ରେ ନ୍ୟୁଜିଲାଣ୍ଡ ପରାସ୍ତ କରି ଦମ୍ଦାର ଢଙ୍ଗରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୨୮୩ ରନ୍ର ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦ୍ବିତୀୟ ଓଭରରେ ୱିଲି ୟଙ୍ଗ୍ (୦) ଙ୍କୁ ହରାଇଥିଲା। କିନ୍ତୁ ଡେଭନ୍ କନୱେ ଓ ରାଚିନ୍ ରବୀନ୍ଦ୍ରଙ୍କ […]
ଅହମଦାବାଦ: ଗତ ସଂସ୍କରଣର ଫାଇନାଲରେ ନାଟକୀୟ ଭାବେ ନ୍ୟୁଜିଲାଣ୍ଡକୁ ହରାଇଥିବା ଇଂଲଣ୍ଡ ଚଳିତ ବିଶ୍ବକପ୍ର ଉଦ୍ଘାଟନୀ ମ୍ୟାଚ୍ରେ ଏକତରଫା ପରାଜିତ ହୋଇଛି। ବିଜେତା ଇଂଲଣ୍ଡକୁ ୮୨ ବଲ୍ ବାକି ଥାଇ ୯ ୱିକେଟ୍ରେ ନ୍ୟୁଜିଲାଣ୍ଡ ପରାସ୍ତ କରି ଦମ୍ଦାର ଢଙ୍ଗରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୨୮୩ ରନ୍ର ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦ୍ବିତୀୟ ଓଭରରେ ୱିଲି ୟଙ୍ଗ୍ (୦) ଙ୍କୁ ହରାଇଥିଲା। କିନ୍ତୁ ଡେଭନ୍ କନୱେ ଓ ରାଚିନ୍ ରବୀନ୍ଦ୍ରଙ୍କ ମଧ୍ୟରେ ଅବିଭାଜିତ ୨୭୩* (୨୧୧) ରନ୍ର ଭାଗୀଦାରି ଦଳକୁ ୩୬.୨ ଓଭରରେ ଜିତାଇଥିଲା। କନୱେ (୧୨୧ ବଲ୍ରୁ ୧୫୨* ରନ୍, ୧୯ ଚୌକା, ୩ ଛକା) ପଞ୍ଚମ ଶତକ ଅର୍ଜନ କରିବା ସହିତ ନିଜର ୧୩ତମ ଦିନିକିଆ ଖେଳୁଥିବା ଯୁବ ଭାରତୀୟ ବଂଶୋଦ୍ଭବ ରାଚିନ୍ (୯୬ ବଲ୍ରୁ ୧୨୩* ରନ୍, ୧୧ ଚୌକା, ୫ ଛକା) ପ୍ରଥମ ଶତକ ଅର୍ଜନ କରି ଦଳକୁ ଏକପାଖିଆ ବିଜୟୀ କରାଇଥିଲେ। ରାଚୀନ ମଧ୍ୟ ୮୨ ବଲ୍ରୁ ଶତକ ପୂର୍ଣ୍ଣ କରି ନ୍ୟୁଜିଲାଣ୍ଡ୍ ପାଇଁ ବିଶ୍ବକପ୍ କୀର୍ତ୍ତିମାନ କରିଥିଲେ। ଏଥି ପୂର୍ବରୁ ଟସ୍ ଜିତି ନ୍ୟୁଜିଲାଣ୍ଡ କ୍ଷେତ୍ର ରକ୍ଷଣ କରିଥିବାବେଳେ ଇଂଲଣ୍ଡ ୨୮୨/୯ ସ୍କୋର କରିପାରିଥିଲା। ଆରମ୍ଭରୁ ରକ୍ଷଣାତ୍ମକ ଖେଳୁଥିବା ଇଂଲିସ୍ ବ୍ୟାଟର ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ। ତେବେ ପୂର୍ବତନ ଅଧିନାୟକ ଜୋ ରୁଟ୍ ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ଛୋଟଛୋଟ ଭାଗୀଦାରି କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ବିଜୟୀ ଦଳ ପାଇଁ ମ୍ୟାଟ୍ ହେନରି ୩, ମିଚେଲ ସାଣ୍ଟନର ଓ ଗ୍ଲେନ୍ ଫିଲିପ୍ସ ୨-୨ ୱିକେଟ୍ ଅକ୍ତିଆର କରିଥିଲେ।




