ଇଂଲଣ୍ଡକୁ ହରାଇ ସ୍ପେନ୍ ଫିଫା ମହିଳା ଫୁଟବଲ୍ ବିଶ୍ବକପ୍ ଚାମ୍ପିଅନ୍

ସିଡ୍ନି: ସ୍ପେନ୍ ପ୍ରଥମ ଥର ପାଇଁ ଫିଫା ମହିଳା ବିଶ୍ବକପ୍ ଚାମ୍ପିଅନ୍ ହୋଇଛି। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଫାଇନାଲରେ ଏହି ଦଳ ୧-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ଏକମାତ୍ର ଗୋଲ୍ଟି ସ୍ପେନ୍ ଅଧିନାୟିକା ଓଲଗା କାର୍ମୋନା ପ୍ରଥମାର୍ଦ୍ଧର ୨୯ତମ ମିନିଟ୍ରେ ଏହି ଗୋଲ୍ ସ୍କୋର୍ କରିଥିଲେ। ଦ୍ବିତୀୟାର୍ଦ୍ଧରେ ଆଉ ଗୋଲ୍ ନହେବାରୁ ସ୍ପେନ୍ ବିଜୟୀ ହୋଇଥିଲା। ଏଥିସହ ତୃତୀୟ ଥର ଲାଗି ବିଶ୍ବକପ୍ ଖେଳୁଥିବା ସ୍ପେନ୍ ପ୍ରଥମ ଥର ଏହି ଟ୍ରଫି ତୋଳି ଧରିବାର ଗୌରବ […]

Samaya Live Picture
Published On

ସିଡ୍ନି: ସ୍ପେନ୍ ପ୍ରଥମ ଥର ପାଇଁ ଫିଫା ମହିଳା ବିଶ୍ବକପ୍ ଚାମ୍ପିଅନ୍ ହୋଇଛି। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଫାଇନାଲରେ ଏହି ଦଳ ୧-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ଏକମାତ୍ର ଗୋଲ୍ଟି ସ୍ପେନ୍ ଅଧିନାୟିକା ଓଲଗା କାର୍ମୋନା ପ୍ରଥମାର୍ଦ୍ଧର ୨୯ତମ ମିନିଟ୍ରେ ଏହି ଗୋଲ୍ ସ୍କୋର୍ କରିଥିଲେ। ଦ୍ବିତୀୟାର୍ଦ୍ଧରେ ଆଉ ଗୋଲ୍ ନହେବାରୁ ସ୍ପେନ୍ ବିଜୟୀ ହୋଇଥିଲା। ଏଥିସହ ତୃତୀୟ ଥର ଲାଗି ବିଶ୍ବକପ୍ ଖେଳୁଥିବା ସ୍ପେନ୍ ପ୍ରଥମ ଥର ଏହି ଟ୍ରଫି ତୋଳି ଧରିବାର ଗୌରବ ପାଇଥିଲା। ଏଥିସହ ସ୍ପେନ୍ ମହିଳା ଫୁଟ୍ବଲ୍ ଦଳ ପ୍ରଥମ ଦେଶ ଭାବେ ୩ଟି ବିଶ୍ବ (୧୭, ୨୦ ବର୍ଷରୁ କମ୍ ଓ ବରିଷ୍ଠ) ମୁକୁଟ ଅର୍ଜନ କରିଛି। ଗତ ବର୍ଷ ୧୭ ଓ ୨୦ ବର୍ଷରୁ କମ୍ ବିଶ୍ବକପ୍ ଏହି ଦଳ ଜିତିଥିଲା। ସାଲମା ପାରାଲୁଏଲୋ ମଧ୍ୟ ପ୍ରଥମ ଖେଳାଳି ଭାବେ ୩ ବିଶ୍ବକପ୍ ଧରିବାର ଗୌରବ ପାଇଛନ୍ତି। ୨୦୧୮ରେ ସେ ୧୭ ବର୍ଷରୁ କମ୍ ବିଜେତା ଦଳର ସଦସ୍ୟା ରହିଥିଲା ବେଳେ ଗତ ବର୍ଷ ୨୦ ବର୍ଷରୁ କମ୍ ଦଳରେ ରହିଥିଲେ। ଅନ୍ୟପକ୍ଷରେ ପ୍ରଶିକ୍ଷକ ସାରିନା ୱିଗମାନଙ୍କ ନେତୃତ୍ବରେ ଖେଳୁଥିବା ଇଂଲଣ୍ଡ ୩୯ ମ୍ୟାଚ୍ରେ ଦ୍ବିତୀୟ ପରାଜୟ ବରଣ କରି ରନର୍ସଅପ୍ରେ ସନ୍ତୁଷ୍ଟ ରହିଥିଲା।

Tags: