ଇଂଲଣ୍ଡକୁ ହରାଇ ମହିଳା ଆସେସ୍ ଜିତିଲା ଅଷ୍ଟ୍ରେଲିଆ
ନଟିଂହାମ୍: ଇଂଲଣ୍ଡର ଦ୍ବିତୀୟ ପାଳିରେ ଆସଲେ ଗାର୍ଡନର ୮ ୱିକେଟ୍ ପୋଛିନେବାରୁ ଏକମାତ୍ର ମହିଳା ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆ ୮୯ ରନ୍ରେ ବିଜୟୀ ହୋଇଛି। ପ୍ରଥମ ପାଳିରେ ପାଖାପାଖି ସମାନ ସ୍କୋର୍ କରିଥିବା ଉଭୟ ଦଳ ଚତୁର୍ଥ ଦିବସରେ ୧୫ ୱିକେଟ୍ ହରାଇବାରୁ ଏହି ଟେଷ୍ଟ ନାଟକୀୟ ମୋଡ଼ ନେଇଥିଲା। ଇଂଲଣ୍ଡ ସମ୍ମୁଖରେ ୨୬୮ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଚତୁର୍ଥ ଦିନ ୩ ୱିକେଟ୍ ଦଖଲ କରିଥିବା ଅଫସ୍ପିନର୍ ଗାର୍ଡନର ଶେଷ ଦିନର ପ୍ରଥମ […]
ନଟିଂହାମ୍: ଇଂଲଣ୍ଡର ଦ୍ବିତୀୟ ପାଳିରେ ଆସଲେ ଗାର୍ଡନର ୮ ୱିକେଟ୍ ପୋଛିନେବାରୁ ଏକମାତ୍ର ମହିଳା ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆ ୮୯ ରନ୍ରେ ବିଜୟୀ ହୋଇଛି। ପ୍ରଥମ ପାଳିରେ ପାଖାପାଖି ସମାନ ସ୍କୋର୍ କରିଥିବା ଉଭୟ ଦଳ ଚତୁର୍ଥ ଦିବସରେ ୧୫ ୱିକେଟ୍ ହରାଇବାରୁ ଏହି ଟେଷ୍ଟ ନାଟକୀୟ ମୋଡ଼ ନେଇଥିଲା। ଇଂଲଣ୍ଡ ସମ୍ମୁଖରେ ୨୬୮ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଚତୁର୍ଥ ଦିନ ୩ ୱିକେଟ୍ ଦଖଲ କରିଥିବା ଅଫସ୍ପିନର୍ ଗାର୍ଡନର ଶେଷ ଦିନର ପ୍ରଥମ ଅଧିବେସନରେ ଆଉ ୫ ୱିକେଟ୍ ଦଖଲ କରି ଇଂଲଣ୍ଡ ପାଳିକୁ ନଷ୍ଟ କରି ଦେଇଥିଲେ। ଶେଷ ଦିନରେ ପତନ ଘଟିଥିବା ସମସ୍ତ ୫ ୱିକେଟ୍ ମଧ୍ୟ ସେ ଦଖଲ କରିଥିଲେ। ଫଳରେ ହିଦର ନାଇଟଙ୍କ ଘରୋଇ ଦଳ ଦ୍ବିତୀୟ ପାଳିରେ ୧୭୮ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଡାନିଏଲ୍ ୱାଟ ଗୋଟିଏ ପାର୍ଶ୍ବରେ ଲଢ଼ି କେବଳ ଅର୍ଦ୍ଧଶତକ (୫୪ ରନ୍, ୮୮ ବଲ୍) ହାସଲ କରିଥିଲେ। ଗାର୍ଡନର୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଭୟ ପାଳିରୁ ଗାର୍ଡନର୍ ୪/୯୯ ଓ ୮/୬୬ ବୋଲିଂ ସଫଳତା ପାଇଥିବା ବେଳେ ବ୍ୟାଟିଂରେ ୪୧ ରନ୍ ସଂଗ୍ରହ କରିଥିଲେ।




