ଆୟର୍ଲାଣ୍ଡ ବିପକ୍ଷ ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ନେବେ ବୁମରା

ମୁମ୍ବାଇ: ପାଖାପାଖି ୧୦ ମାସ କ୍ରିକେଟ୍ଠୁ ଦୂରେଇ ରହିବା ପରେ ଯଶପ୍ରୀତ୍ ବୁମ୍ରା ଭାରତୀୟ ଦଳକୁ ଫେରିଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ବୁମ୍ରାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଋତୁରାଜ ଗାଏକ୍ବାଡଙ୍କୁ ଉପଅଧିନାୟକ କରାଯାଇଛି। ସେହିପରି ଗତବର୍ଷ ଅଗଷ୍ଟ ମାସରୁ ଭାରତୀୟ ଦଳରେ ସ୍ଥାନ ପାଇପାରିନଥିବା କର୍ଣ୍ଣାଟକ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣାଙ୍କର ମଧ୍ୟ ଏହି ଗସ୍ତ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ ହୋଇଛି। ଅଗଷ୍ଟ ୧୮ ତାରିଖରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡବଲିନ୍ରେ ଖେଳାଯିବ। […]

Samaya Live Picture
Published On

ମୁମ୍ବାଇ: ପାଖାପାଖି ୧୦ ମାସ କ୍ରିକେଟ୍ଠୁ ଦୂରେଇ ରହିବା ପରେ ଯଶପ୍ରୀତ୍ ବୁମ୍ରା ଭାରତୀୟ ଦଳକୁ ଫେରିଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ବୁମ୍ରାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଋତୁରାଜ ଗାଏକ୍ବାଡଙ୍କୁ ଉପଅଧିନାୟକ କରାଯାଇଛି। ସେହିପରି ଗତବର୍ଷ ଅଗଷ୍ଟ ମାସରୁ ଭାରତୀୟ ଦଳରେ ସ୍ଥାନ ପାଇପାରିନଥିବା କର୍ଣ୍ଣାଟକ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣାଙ୍କର ମଧ୍ୟ ଏହି ଗସ୍ତ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ ହୋଇଛି। ଅଗଷ୍ଟ ୧୮ ତାରିଖରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡବଲିନ୍ରେ ଖେଳାଯିବ। ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଅଗଷ୍ଟ ୨୦ ଓ ୨୩ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚ୍ଗୁଡ଼ିକ ଭାରତୀୟ ସମୟ ରାତି ସାଢ଼େ ୭ଟାରେ ଆରମ୍ଭ ହେବ।
ଭାରତୀୟ ଦଳ: ଯଶପ୍ରୀତ୍ ବୁମ୍ରା (ଅଧିନାୟକ), ଋତୁରାଜ ଗାଏକ୍ବାଡ, ଯଶସ୍ବୀ ଜୟସ୍ବାଲ୍, ତିଳକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ୍, ଜିତେଶ ଶର୍ମା, ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, ଶାହବାଜ୍ ଅହମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଆୱେସ ଖାନ।

Tags: