ଆୟର୍ଲାଣ୍ଡକୁ ୩୩ ରନରେ ହରାଇ ଭାରତ ଶୃଙ୍ଖଳା ଜିତିଲା
ଡବଲିନ୍: ଆୟର୍ଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୩୩ ରନରେ ବିଜୟୀ ହୋଇଛି। ଏଥି ସହିତ ଭାରତ ମଧ୍ୟ ୩ ମ୍ୟାଚ୍ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ତୃତୀୟ ମ୍ୟାଚ୍ ବୁଧବାର ଖେଳାଯିବ। ଦ୍ବିତୀୟ ମ୍ୟାଚ୍ରେ ଆୟର୍ଲାଣ୍ଡ୍ ଟସ୍ ଜିତି ଫିଲ୍ଡିଂ କରିଥିଲା। ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ଋତୁରାଜ ଗାଏକ୍ବାଡ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ଭାଗୀଦାରି କରିପାରିନଥିଲେ। ଜୟସ୍ବାଲଙ୍କ ବିଦାୟର ଦୁଇଟି ବଲ୍ ବ୍ୟବଧାନରେ ପ୍ରଥମ ମ୍ୟାଚ୍ ଭଳି ମଧ୍ୟ […]
ଡବଲିନ୍: ଆୟର୍ଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୩୩ ରନରେ ବିଜୟୀ ହୋଇଛି। ଏଥି ସହିତ ଭାରତ ମଧ୍ୟ ୩ ମ୍ୟାଚ୍ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ତୃତୀୟ ମ୍ୟାଚ୍ ବୁଧବାର ଖେଳାଯିବ। ଦ୍ବିତୀୟ ମ୍ୟାଚ୍ରେ ଆୟର୍ଲାଣ୍ଡ୍ ଟସ୍ ଜିତି ଫିଲ୍ଡିଂ କରିଥିଲା। ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ଋତୁରାଜ ଗାଏକ୍ବାଡ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ଭାଗୀଦାରି କରିପାରିନଥିଲେ। ଜୟସ୍ବାଲଙ୍କ ବିଦାୟର ଦୁଇଟି ବଲ୍ ବ୍ୟବଧାନରେ ପ୍ରଥମ ମ୍ୟାଚ୍ ଭଳି ମଧ୍ୟ ତିଳକ ବର୍ମା (୧) ସଅଳ ଫରିଯାଇଥିଲେ। ତଥାପି ଭାରତ ପ୍ରଥମ ପାୱାର ପ୍ଲେ ଭିତରେ ୪୭ ରନ୍ ସଂଗ୍ରହ କରି ନେଇଥିଲା। ଏଥି ସହିତ ଋତୁରାଜ ଗାଏକ୍ବାଡ ଏବଂ ସଂଜୁ ସାମସନ୍ ମାତ୍ର ୭.୫ ଓଭରରେ ୭୧ ରନ୍ ଯୋଡ଼ି ବଡ଼ ସ୍କୋର୍ ପାଇଁ ପଥ ପରିସ୍କାର କରିଥିଲେ। ସଂଜୁ ୪୦ ରନ୍ କରି ହ୍ବାଇଟ୍ଙ୍କ ଶିକାର ହୋଇଥିଲେ। ପ୍ରଥମ ଥର ଅନ୍ତର୍ଜାତୀୟସ୍ତରରେ ବ୍ୟାଟିଂ କରିଥିବା ରିଙ୍କୁ ସିଂହ ତାଙ୍କ ଚିରାଚରିତ ବ୍ୟାଟିଂ କରି ମାତ୍ର ୨୧ ବଲ୍ରୁ ଦ୍ରୁତ ୩୮ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୨ ଚୌକା ଓ ୩ ଛକା ସାମିଲ ଥିଲା। ଗାଏକ୍ବାଡ ୪୩ ବଲ୍ରୁ ୫୮ ରନ୍ ସଂଗ୍ରହ କରି ମ୍ୟାକର୍ଥିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଶେଷ ଭାଗରେ ଶିବମ ଦୁବେ ଦୁଇଟି ବିଶାଳ ଛକା ସହିତ ୧୬ ବଲ୍ରୁ ୨୨* ରନ୍ କରି ଭାରତକୁ ୧୮୫ ରନ୍ରେ ପହଞ୍ଚାଇଥିଲେ। ଜବାବରେ ଆଣ୍ଡି ବାଲବର୍ଣ୍ଣି (୭୨ ରନ୍) ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସତ୍ତ୍ବେ ଆୟର୍ଲାଣ୍ଡ୍ ୧୫୨ ରନ୍ରେ ଅଟକିଯାଇଥିଲା। ପ୍ରଥମ ମ୍ୟାଚ୍ ଭଳି ଯଶପ୍ରୀତ ବୁମ୍ରା (୨/୧୫), ପ୍ରସିଦ୍ଧ କୃଷ୍ଣ (୨/୨୯) ଏବଂ ରବି ବିଷ୍ଣୋଇ (୨/୩୭) ପ୍ରଭାବୀ ବୋଲିଂ କରି ଘରୋଇ ଦଳକୁ ଲକ୍ଷ୍ୟରେ ପହଞ୍ଚିବାକୁ ଦେଇନଥିଲେ। ରିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।




