ଆହତ ଯୋଗୁଁ ଶ୍ରୀଲଙ୍କା ଫେରିଲେ ମଥୀସା ପଥିରଣା

ଚେନ୍ନାଇ: ଚଳିତ ଆଇପିଏଲ୍ର ଲିଗ୍ ମ୍ୟାଚ୍ ଶେଷ ପର୍ଯ୍ୟାୟ ବେଳକୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ଙ୍କୁ ବଡ଼ ଝଟ୍କା ଲାଗିଛି। ଏହି ଦଳର ଉଦୀୟମାନ ଦ୍ରୁତ ବୋଲର ମଥୀଶା ପଥିରଣା ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି। ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସେ ଶ୍ରୀଲଙ୍କା ଫେରି ଯାଇଛନ୍ତି। ସେଠାବରେ ତାଙ୍କର ଚିକିତ୍ସା ଚାଲିବ। ଏହି ଡାହାଣହାତୀ ବୋଲର ଚଳିତ ଆଇପିଏଲ୍ରେ ୬ ମ୍ୟାଚ୍ ଖେଳି ୬.୭୮ ଇକୋନୋମିରେ ୧୩ ୱିକେଟ୍ ନେଇଛନ୍ତି। ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ […]

Samaya Live Picture
Published On

ଚେନ୍ନାଇ: ଚଳିତ ଆଇପିଏଲ୍ର ଲିଗ୍ ମ୍ୟାଚ୍ ଶେଷ ପର୍ଯ୍ୟାୟ ବେଳକୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ଙ୍କୁ ବଡ଼ ଝଟ୍କା ଲାଗିଛି। ଏହି ଦଳର ଉଦୀୟମାନ ଦ୍ରୁତ ବୋଲର ମଥୀଶା ପଥିରଣା ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି। ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସେ ଶ୍ରୀଲଙ୍କା ଫେରି ଯାଇଛନ୍ତି। ସେଠାବରେ ତାଙ୍କର ଚିକିତ୍ସା ଚାଲିବ। ଏହି ଡାହାଣହାତୀ ବୋଲର ଚଳିତ ଆଇପିଏଲ୍ରେ ୬ ମ୍ୟାଚ୍ ଖେଳି ୬.୭୮ ଇକୋନୋମିରେ ୧୩ ୱିକେଟ୍ ନେଇଛନ୍ତି। ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ସେ ଶେଷ ଥର ଲାଗି ଖେଳିଥିଲେ। ସେ ଏହି ମ୍ୟାଚ୍ରେ ଐଦେନ ମାରକ୍ରମ୍ ଓ ହେନରିକ୍ କ୍ଲାସେଁଙ୍କୁ ଆଉଟ୍ କରି ସିଏସ୍କେର ୭୮ ରନ୍ ବିଜୟରେ ବଡ଼ ଭାଗୀଦାରି ରଖିଥିଲେ। କିନ୍ତୁ ଅହାତ ଯୋଗୁ ମେ’ ୧ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ସେ ଖେଳି ପାରି ନଥିଲେ। ତାଙ୍କ ସ୍ଥାନରେ ଇଂଲଣ୍ଡ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସାନ ଖେଳିଥିଲେ।

Tags: