ଆସେସ୍ ଶୃଙ୍ଖଳା ଦ୍ବିତୀୟ ଟେଷ୍ଟ ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୩୩୯/୫

ଲର୍ଡ୍ସ: ଆସେସ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଜିତିବା ପରେ ଲର୍ଡ୍ସରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟରେ ମଧ୍ୟ ଦମ୍ଦାର ପ୍ରଦର୍ଶନ ଦେଇଛି। ଟସ୍ ଜିତି ଇଂଲଣ୍ଡ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ବେଳେ ଭ୍ରମଣକାରୀ ଦଳ ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୮୩ ଓଭରରେ ୫ ୱିକେଟ୍ ହରାଇ ୩୩୯ ରନ୍ ସଂଗ୍ରହ କରିଛି। ପ୍ରଥମ ମ୍ୟାଚ୍ରେ ରେକର୍ଡ ଭାଗୀଦାରି କରିଥିବା ଷ୍ଟିଭେନ୍ ସ୍ମିଥ୍ ୮୫* ଓ ଅଲେକ୍ସ କ୍ୟାରି ୧୧* ରନ୍ […]

Samaya Live Picture
Published On

ଲର୍ଡ୍ସ: ଆସେସ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଜିତିବା ପରେ ଲର୍ଡ୍ସରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟରେ ମଧ୍ୟ ଦମ୍ଦାର ପ୍ରଦର୍ଶନ ଦେଇଛି। ଟସ୍ ଜିତି ଇଂଲଣ୍ଡ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ବେଳେ ଭ୍ରମଣକାରୀ ଦଳ ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୮୩ ଓଭରରେ ୫ ୱିକେଟ୍ ହରାଇ ୩୩୯ ରନ୍ ସଂଗ୍ରହ କରିଛି। ପ୍ରଥମ ମ୍ୟାଚ୍ରେ ରେକର୍ଡ ଭାଗୀଦାରି କରିଥିବା ଷ୍ଟିଭେନ୍ ସ୍ମିଥ୍ ୮୫* ଓ ଅଲେକ୍ସ କ୍ୟାରି ୧୧* ରନ୍ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ଡେଭିଡ୍ ୱାର୍ଣ୍ଣର ୬୬, ଉସ୍ମାନ ଖୱାଜା ୧୭, ମାର୍ନସ ଲବୁସାନ୍ ୪୭ ଓ ଟ୍ରାଭିସ୍ ହେଡ୍ ୭୭ ରନ୍ କରି ଆଉଟ୍ ହୋଇଛନ୍ତି। ଏଥିସହିତ ସ୍ମିଥ୍ ଟେଷ୍ଟରେ ୯ହଜାର ରନ୍ ପୂରଣ କରିଛନ୍ତି। ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ସେ ଦ୍ବିତୀୟ ଦ୍ରୁତତମ ହୋଇଛନ୍ତି।

Tags: