ଆସେସ୍ ଟ୍ରଫି: ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନ୍ ଲକ୍ଷ୍ୟ

ବର୍ମିଂହାମ: ଆସେସ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ ଜିତିବାକୁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚତୁର୍ଥ ଦିବସ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରିଥିବାରୁ ସୁବିଧାଜନକ ସ୍ଥିତିରେ ରହିଛି। ଚତୁର୍ଥ ଦିବସ ସକାଳେ ଇଂଲଣ୍ଡ ଏହାର ଅସମାପ୍ତ ଦ୍ବିତୀୟ ପାଳିକୁ ୨୮/୨ରୁ ଖେଳିଥିବାବେଳେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଆଉ ୩ ୱିକେଟ୍ ହରାଇ ଦେଇଥିଲା। ତଥାପି ଦ୍ରୁତ ରନ୍ ସଂଗ୍ରହ କରି ୧୫୫/୫ରେ ପହଞ୍ଚିଯାଇଥିଲା। ଓଲି […]

Samaya Live Picture
Published On

ବର୍ମିଂହାମ: ଆସେସ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ ଜିତିବାକୁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚତୁର୍ଥ ଦିବସ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରିଥିବାରୁ ସୁବିଧାଜନକ ସ୍ଥିତିରେ ରହିଛି। ଚତୁର୍ଥ ଦିବସ ସକାଳେ ଇଂଲଣ୍ଡ ଏହାର ଅସମାପ୍ତ ଦ୍ବିତୀୟ ପାଳିକୁ ୨୮/୨ରୁ ଖେଳିଥିବାବେଳେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଆଉ ୩ ୱିକେଟ୍ ହରାଇ ଦେଇଥିଲା। ତଥାପି ଦ୍ରୁତ ରନ୍ ସଂଗ୍ରହ କରି ୧୫୫/୫ରେ ପହଞ୍ଚିଯାଇଥିଲା। ଓଲି ପୋପ୍ଙ୍କୁ ପ୍ୟାଟ୍ କମିନ୍ସ ଆଉଟ୍ କରିଦେବା ପରେ ନାଥନ୍ ଲାୟନ୍ ଜୋ ରୁଟ୍ ଏବଂ ହ୍ୟାରି ବ୍ରୁକ୍ଙ୍କୁ ଆଉଟ୍ କରିଥିଲେ। ଉଭୟ ସମାନ ୪୬ ରନ୍ ଲେଖାଏଁ କରିଥିଲେ। ବିରତି ପରେ ଜନି ବେୟାରଷ୍ଟୋଙ୍କୁ ଲାୟନ୍ ଏବଂ ବେନ୍ ଷ୍ଟୋକ୍ସଙ୍କୁ କମିନ୍ସ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ମୋଇନ୍ ଅଲୀଙ୍କୁ ହାଜେଲଉଡ୍ ଆଗକୁ ବଢ଼ିବାକୁ ଦେଇନଥିଲେ। ରୁଟ୍, ବ୍ରୁକ୍ସ, ଷ୍ଟୋକ୍ସ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବାବେଳେ ନିମ୍ନକ୍ରମରେ ଛୋଟ ଛୋଟ ଅବଦାନ କାରଣରୁ ଇଂଲଣ୍ଡ ୨୭୩ ରନ୍ରେ ପହଞ୍ଚିଯାଇଥିଲା। ପ୍ରଥମ ପାଳିର ୭ ରନ୍ ଆଗୁଆ କାରଣରୁ ମୋଟ ଅଗ୍ରଣୀ ୨୮୦ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପ୍ୟାଟ୍ କମିନ୍ସ ଓ ନାଥନ୍ ଲାୟନ୍ ୪-୪ ୱିକେଟ୍ ବାଣ୍ଟି ନେଇଥିଲେ।

Tags: