ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆ ୪୧୬: ଇଂଲଣ୍ଡ ୨୬୦/୪

ଲର୍ଡ୍ସ: ଟେଷ୍ଟରେ ୯ ହଜାର ରନ୍ ପୂରଣ କରିଥିବା ସ୍ମିଥ୍ଙ୍କ ୩୨ତମ ଶତକ ସହାୟତାରେ ଅଷ୍ଟ୍ରେଲିଆ ଦ୍ବିତୀୟ ଆସେସ୍ ଟେଷ୍ଟର ଦ୍ବିତୀୟ ଦିନରେ ୪୧୬ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଛି। ଜବାବରେ ଇଂଲଣ୍ଡ ପ୍ରଥମ ପାଳିରେ ୪ ୱିକେଟ୍ ବିନିମୟରେ ୨୬୦ ରନ୍ ସଂଗ୍ରହ କରିଛି। ହାରି ବ୍ରୁକ୍ ଓ ବେନ୍ ଷ୍ଟୋକ୍ସ ଅପରାଜିତ ଥିଲା ବେଳେ ଜାକ୍ କ୍ରଲି (୪୮), ବେନ୍ ଡକେଟ୍ (୯୮), ଓଲି ପୋପ୍ (୪୨) ଅଷ୍ଟ୍ରେଲିଆ ବୋଲରଙ୍କୁ ଦୃଢ଼ […]

Samaya Live Picture
Published On

ଲର୍ଡ୍ସ: ଟେଷ୍ଟରେ ୯ ହଜାର ରନ୍ ପୂରଣ କରିଥିବା ସ୍ମିଥ୍ଙ୍କ ୩୨ତମ ଶତକ ସହାୟତାରେ ଅଷ୍ଟ୍ରେଲିଆ ଦ୍ବିତୀୟ ଆସେସ୍ ଟେଷ୍ଟର ଦ୍ବିତୀୟ ଦିନରେ ୪୧୬ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଛି। ଜବାବରେ ଇଂଲଣ୍ଡ ପ୍ରଥମ ପାଳିରେ ୪ ୱିକେଟ୍ ବିନିମୟରେ ୨୬୦ ରନ୍ ସଂଗ୍ରହ କରିଛି। ହାରି ବ୍ରୁକ୍ ଓ ବେନ୍ ଷ୍ଟୋକ୍ସ ଅପରାଜିତ ଥିଲା ବେଳେ ଜାକ୍ କ୍ରଲି (୪୮), ବେନ୍ ଡକେଟ୍ (୯୮), ଓଲି ପୋପ୍ (୪୨) ଅଷ୍ଟ୍ରେଲିଆ ବୋଲରଙ୍କୁ ଦୃଢ଼ ଜବାବ ଦେଇଥିଲେ।
ପ୍ରଥମ ଦିନରେ ଅଧା ୱିକେଟ୍ ହରାଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ମାତ୍ର ୭୭ ରନ୍ ଯୋଗ କରି ସମସ୍ତ ୱିକେଟ୍ ହରାଇଥିଲା। ୯୨ତମ ଓଭରରେ ସ୍ମିଥ୍ ୩୨ତମ ଶତକ ଅର୍ଜନ କରିଥିଲେ। ଏହାଫଳରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ଶତକ ଅର୍ଜନ କରିବାରେ ସେ ଷ୍ଟିଭ୍ ୱ’ଙ୍କ ସମକକ୍ଷ ହୋଇପାରିଛନ୍ତି। ୧୭୪ ପାଳିରୁ ତିନି ଅଙ୍କ ଛୁଇଁ ସେ ଦ୍ରୁତତମ ଶତକ ହାସଲରେ ରିକି ପଣ୍ଟିଂ (୧୭୬ ପାଳି)ଙ୍କୁ ପଛରେ ପକାଇଛନ୍ତି। ଏଥିସହିତ ସ୍ମିଥ୍ ଆସେସ୍ରେ ଦ୍ବିତୀୟ ସର୍ବାଧିକ ଶତକ (୧୨) ମାରିବାରେ ଜାକ୍ ହବ୍ସଙ୍କ ସମକକ୍ଷ ହୋଇଛନ୍ତି। ଆସେସ୍ରେ ଡନ୍ ବ୍ରାଡ୍ମ୍ୟାନ୍ ସର୍ବାଧିକ ୧୯ ଶତକ ମାରିଛନ୍ତି। ପୁଣି ଇଂଲଣ୍ଡରେ ସ୍ମିଥ୍ଙ୍କ ଏହା ହେଉଛି ଅଷ୍ଟମ ଶତକ। ଇଂଲଣ୍ଡରେ ବ୍ରାଡ୍ମ୍ୟାନ୍ ସର୍ବାଧିକ ୧୧ ଶତକ ଅର୍ଜନ କରିଥିଲେ। ପ୍ରଥମ ଦିନରେ କୁମାର ସାଙ୍ଗାକାରା (୧୭୨ ପାଳି)ଙ୍କ ପଛକୁ ସେ ଦ୍ବିତୀୟ ଦ୍ରୁତତମ ଭାବେ ୯ହଜାର ଟେଷ୍ଟ ରନ୍ ପୂରଣ କରିଥିଲେ। ପ୍ରଥମ ପାଳିରେ ଓଲି ରବିନସନ୍ ଓ ଜୋସ୍ ଟଙ୍ଗ୍ ୩ ୱିକେଟ୍ ଲେଖାଏଁ ନେଇଥିଲେ।

Tags: