ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆ ୩୮୬ରେ ଅଲଆଉଟ୍; ଇଂଲଣ୍ଡକୁ ଅଗ୍ରଣୀ

ବର୍ମିଂହାମ: ଇଂଲଣ୍ଡ ବୋଲରଙ୍କ ଚମତ୍କାର ପ୍ରତ୍ୟାବର୍ତନ କାରଣରୁ ଆସେସ୍ ଟ୍ରିଫିରେ ଅଷ୍ଟ୍ରେଲିଆ ୩୧୧/୫ରୁ ଖେଳି ୩୮୬ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ପ୍ୟାଟ୍ କମିନ୍ସଙ୍କ ଭ୍ରମଣକାରୀ ଦଳ ଶେଷ ୪ ୱିକେଟ୍ ମାତ୍ର ୧୪ ରନ୍ରେ ହରାଇଥିଲା। ସକାଳେ ଆଲେକ୍ସ କ୍ୟାରିଙ୍କୁ ଆଉଟ୍ କରି ଜେମ୍ସ ଆଣ୍ଡରସନ୍ ଏକମାତ୍ର ସଫଳତା ପାଇଥିଲେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୧୦୦ ୱିକେଟ୍ ପୂର୍ଣ୍ଣ କରିଥିଲେ। ଷ୍ଟୁଆର୍ଟ ବ୍ରଡ୍ ଓ ଓଲି ରବିନସନ୍ ୩-୩ ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମ […]

Samaya Live Picture
Published On

ବର୍ମିଂହାମ: ଇଂଲଣ୍ଡ ବୋଲରଙ୍କ ଚମତ୍କାର ପ୍ରତ୍ୟାବର୍ତନ କାରଣରୁ ଆସେସ୍ ଟ୍ରିଫିରେ ଅଷ୍ଟ୍ରେଲିଆ ୩୧୧/୫ରୁ ଖେଳି ୩୮୬ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ପ୍ୟାଟ୍ କମିନ୍ସଙ୍କ ଭ୍ରମଣକାରୀ ଦଳ ଶେଷ ୪ ୱିକେଟ୍ ମାତ୍ର ୧୪ ରନ୍ରେ ହରାଇଥିଲା। ସକାଳେ ଆଲେକ୍ସ କ୍ୟାରିଙ୍କୁ ଆଉଟ୍ କରି ଜେମ୍ସ ଆଣ୍ଡରସନ୍ ଏକମାତ୍ର ସଫଳତା ପାଇଥିଲେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୧୦୦ ୱିକେଟ୍ ପୂର୍ଣ୍ଣ କରିଥିଲେ। ଷ୍ଟୁଆର୍ଟ ବ୍ରଡ୍ ଓ ଓଲି ରବିନସନ୍ ୩-୩ ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମ ପାଳିରେ ମାତ୍ର ୭ ରନ୍ ପଛରେ ପଡ଼ିଯାଇଥିଲା ଅଷ୍ଟ୍ରେଲିଆ। ଇଂଲଣ୍ଡ ଏହାର ଦ୍ବିତୀୟ ପାଳିରେ ୨୬/୦ରେ ଖେଳୁଥିବାବେଳେ ବର୍ଷା ପ୍ରଥମ ଥର ବାଧା ସୃଷ୍ଟି କରିଥିଲା। ଘଣ୍ଟାକ ପରେ ଖେଳ ହେବା ପରେ ଘରୋଇ ଦଳ ୩.୫ ଓଭର ଭିତରେ ମାତ୍ର ୨ ରନ୍ ଯୋଡ଼ି ୨ ୱିକେଟ୍ ହରାଇ ଦେଇଥିଲା। ଦ୍ବିତୀୟ ଥର ବର୍ଷା ଫେରିବା ସହ ତୃତୀୟ ଦିବସ ଷ୍ଟମ୍ପ୍ସ ପୂର୍ବରୁ ଆଉ ଖେଳ କରାଇ ଦେଇନଥିଲା। ଘରୋଇ ଦଳ ହାତରେ ୮ ୱିକେଟ୍ ଥାଇ ମାତ୍ର ୩୫ ରନ୍ରେ ଆଗୁଆ ରହିଛି।

Tags: