ଆଶଙ୍କାରେ କୋଲାକାତା ନାଇଟ୍ ରାଇଡର୍ସ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍
କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏପ୍ରିଲ୍ ୧୭ ତାରିଖରେ ଇଡେନ୍ ଗାର୍ଡେନ୍ସରେ ଖେଳିବାକୁ ଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ଘରୋଇ ମ୍ୟାଚ୍ ଆଉ ଏକ ତାରିଖରେ ଖେଳାଯାଇପାରେ। ରାମ ନବମୀ ପାଳନ ହେବାକୁ ଥିବାରୁ ଏହି ସମୟରେ କୋଲକାତା ପୁଲିସ୍ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ପାରିବା ନେଇ ଅସହାୟତା ପ୍ରକାଶ କରୁଛି। ତେଣୁ ବିସିସିଆଇ ଏହା ଉପରେ ନଜର ରଖିବା ସହ ମ୍ୟାଚ୍ରୁ ପୁନଃନିର୍ଧାରିତ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଚାର କରୁଛି। ଏ ବିଷୟରେ […]
କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏପ୍ରିଲ୍ ୧୭ ତାରିଖରେ ଇଡେନ୍ ଗାର୍ଡେନ୍ସରେ ଖେଳିବାକୁ ଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ଘରୋଇ ମ୍ୟାଚ୍ ଆଉ ଏକ ତାରିଖରେ ଖେଳାଯାଇପାରେ। ରାମ ନବମୀ ପାଳନ ହେବାକୁ ଥିବାରୁ ଏହି ସମୟରେ କୋଲକାତା ପୁଲିସ୍ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ପାରିବା ନେଇ ଅସହାୟତା ପ୍ରକାଶ କରୁଛି। ତେଣୁ ବିସିସିଆଇ ଏହା ଉପରେ ନଜର ରଖିବା ସହ ମ୍ୟାଚ୍ରୁ ପୁନଃନିର୍ଧାରିତ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଚାର କରୁଛି। ଏ ବିଷୟରେ ବୋର୍ଡ ପକ୍ଷରୁ ରାଜ୍ୟ ସଂଘ ଓ ପ୍ରସାରଣକାରୀ ସଂସ୍ଥାକୁ ଜଣାଇ ଦିଆଯାଇଛି। କେବଳ ରାମ ନବମୀ ନୁହେଁ, ସାଧାରଣ ନିର୍ବାଚନର ମାହୋଲ୍ ଏହି ସମୟରେ ରହିବ। ତେଣୁ ଏହି ତାରିଖରେ ମ୍ୟାଚ୍ କରାଇବା ଅସମ୍ଭବ ମନେ ହେଉଛି। ତଥାପି କୋଲକାତା ପୁଲିସ୍ ସହିତ ବିସିସିଆଇ ନିୟମିତ ଯୋଗାଯୋଗରେ ରହିଛି।




