ଆଲ୍କାରାଜ୍ଙ୍କୁ ହରାଇ ଫ୍ରେଞ୍ଚ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜୋକୋଭିକ୍

ପ୍ୟାରିସ୍: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ୨୩ ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ର ନିକଟତର ହୋଇଛନ୍ତି। ଫ୍ରେଞ୍ଚ ଓପନ୍ର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍ରେ ଜୋକୋଭିକ୍ ବିଶ୍ବ ୧ ନମ୍ବର ସ୍ପେନ୍ର କାର୍ଲୋସ୍ ଆଲ୍କାରାଜ୍ଙ୍କୁ ୬-୩, ୫-୭, ୬-୧, ୬-୧ ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପ୍ରଥମ ସେଟ୍କୁ ଜୋକୋଭିକ୍ ଜିତିଥିଲେ ବି ଦ୍ବିତୀୟ ସେଟ୍ ବେଳକୁ ଆଲ୍କାରାଜ୍ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ସେଟ୍ରେ ୨୦ ବର୍ଷିୟ ଆଲ୍କାରାଜ୍ ମାଂସପେଶୀ ଜନିତ ଆଘାତ […]

Samaya Live Picture
Published On

ପ୍ୟାରିସ୍: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ୨୩ ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ର ନିକଟତର ହୋଇଛନ୍ତି। ଫ୍ରେଞ୍ଚ ଓପନ୍ର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍ରେ ଜୋକୋଭିକ୍ ବିଶ୍ବ ୧ ନମ୍ବର ସ୍ପେନ୍ର କାର୍ଲୋସ୍ ଆଲ୍କାରାଜ୍ଙ୍କୁ ୬-୩, ୫-୭, ୬-୧, ୬-୧ ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପ୍ରଥମ ସେଟ୍କୁ ଜୋକୋଭିକ୍ ଜିତିଥିଲେ ବି ଦ୍ବିତୀୟ ସେଟ୍ ବେଳକୁ ଆଲ୍କାରାଜ୍ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ସେଟ୍ରେ ୨୦ ବର୍ଷିୟ ଆଲ୍କାରାଜ୍ ମାଂସପେଶୀ ଜନିତ ଆଘାତ ଯୋଗୁଁ ଯନ୍ତ୍ରଣାର ଶିକାର ହୋଇଥିଲେ। ଯାହାର ଫାଇଦା ନେଇ ଜୋକୋଭିକ୍ ଏକତରଫା ଭାବେ ମ୍ୟାଚ୍କୁ ନିଜ ନାମରେ କରିଥିଲେ। ଗ୍ରାଣ୍ଡସ୍ଲାମ୍ରେ ଉଭୟ ପ୍ରଥମ ଥର ଭେଟାଭେଟି ହୋଇଥିଲା ବେଳେ ମୋଟ୍ ଉପରେ ଏହା ଦୁହିଁଙ୍କର ଦ୍ବିତୀୟ ମ୍ୟାଚ୍ ଥିଲା। ତେବେ ଏହି ମ୍ୟାଚ୍କୁ ଜିତିବା ପରେ ଗ୍ରାଣ୍ଡ ସ୍ଲାମ ଟ୍ରଫି ବିଜୟରେ ରାଫେଲ୍ ନାଦାଲ୍ଙ୍କୁ ପଛରେ ପକାଇବା ପାଇଁ ଜୋକୋଭକ୍ ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି।

Tags: