ଆର୍. ମାଧବନ୍ଙ୍କ ପୁଅ ବେଦାନ୍ତଙ୍କୁ ମିଳିଲା ୫ ସ୍ବର୍ଣ୍ଣ ପଦକ
ନୂଆଦିଲ୍ଲୀ: କ୍ବାଲାଲମ୍ପୁରରେ ଶେଷ ହୋଇଥିବା ମାଲେସିଆନ୍ ଆମନ୍ତ୍ରଣୀୟ ସନ୍ତରଣ ପ୍ରତିଯୋଗିତାରେ ବଲିଉଡ୍ ଅଭିନେତା ଆର୍. ମାଧବନ୍ଙ୍କ ପୁଅ ବେଦନାନ୍ତ ମାଧବନ୍ଙ୍କୁ ୫ ସ୍ବର୍ଣ୍ଣ ପଦକ ମିଳିଛି। ଏହି ଘଟଣାକୁ ମାଧବନ୍ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା। ବେଦାନ୍ତ ୫୦ ମିଟର, ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ଓ ୧୫୦୦ ମିଟର ସନ୍ତରଣରେ ଉକ୍ତ ପଦକଗୁଡ଼ିକ ହାସଲ କରିଛନ୍ତି। ଭଗବାନଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ଭଲପାଇବା ଯୋଗୁଁ […]
ନୂଆଦିଲ୍ଲୀ: କ୍ବାଲାଲମ୍ପୁରରେ ଶେଷ ହୋଇଥିବା ମାଲେସିଆନ୍ ଆମନ୍ତ୍ରଣୀୟ ସନ୍ତରଣ ପ୍ରତିଯୋଗିତାରେ ବଲିଉଡ୍ ଅଭିନେତା ଆର୍. ମାଧବନ୍ଙ୍କ ପୁଅ ବେଦନାନ୍ତ ମାଧବନ୍ଙ୍କୁ ୫ ସ୍ବର୍ଣ୍ଣ ପଦକ ମିଳିଛି। ଏହି ଘଟଣାକୁ ମାଧବନ୍ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା। ବେଦାନ୍ତ ୫୦ ମିଟର, ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ଓ ୧୫୦୦ ମିଟର ସନ୍ତରଣରେ ଉକ୍ତ ପଦକଗୁଡ଼ିକ ହାସଲ କରିଛନ୍ତି। ଭଗବାନଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ଭଲପାଇବା ଯୋଗୁଁ ବେଦାନ୍ତ ଏହି ସଫଳତା ପାଇଥିବା ଆର୍.ମାଧବନ୍ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି। ଏଥିସହିତ ସନ୍ତରଣ ମହାସଂଘ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।




