ଆର୍ଜେଣ୍ଟିନା ଅଧିନାୟକ ମେସିଙ୍କ ବିଶ୍ବକପ୍ ବିଜୟୀ ଜର୍ସି ନିଲାମ ହେବ
ନୂଆଦିଲ୍ଲୀ: ଫିଫା ବିଶ୍ବକପ୍ ଚାମ୍ପିଅନ୍ ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା କିଂବଦନ୍ତି ଖେଳାଳି ଲିଓନେଲ୍ ମେସିଙ୍କ ଜର୍ସି ନିଲାମ ହେବ। ନଭେମ୍ବର ୩୦ରୁ ଡିସେମ୍ବର ୧୪ ତାରିଖ ମଧ୍ୟରେ ଏହି ନିଲାମ ସୋଥେବାଇସ୍ ହେଡକ୍ବାର୍ଟରରେ ଅନୁଷ୍ଠିତ ହେବ। ନିଲାମରୁ ପ୍ରଚୁର ଅର୍ଥ ରାଶି ମିଳିବା ଆଶା କରାଯାଉଥିବାବେଳେ ଏହା ୟୁନିକାସ୍ ପ୍ରକଳ୍ପକୁ ପ୍ରଦାନ କରାଯିବ। ୨୦୨୨ ଫିଫା ବିଶ୍ବକପ୍ରେ ମେସି ପରିଧାନ କରିଥିବା ସମସ୍ତ ୬ ଜର୍ସି ସହିତ ଫ୍ରାନ୍ସ ବିପକ୍ଷ ଫାଇନାଲ୍ ଜର୍ସି ଏହି ନିଲାମରେ […]
ନୂଆଦିଲ୍ଲୀ: ଫିଫା ବିଶ୍ବକପ୍ ଚାମ୍ପିଅନ୍ ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା କିଂବଦନ୍ତି ଖେଳାଳି ଲିଓନେଲ୍ ମେସିଙ୍କ ଜର୍ସି ନିଲାମ ହେବ। ନଭେମ୍ବର ୩୦ରୁ ଡିସେମ୍ବର ୧୪ ତାରିଖ ମଧ୍ୟରେ ଏହି ନିଲାମ ସୋଥେବାଇସ୍ ହେଡକ୍ବାର୍ଟରରେ ଅନୁଷ୍ଠିତ ହେବ। ନିଲାମରୁ ପ୍ରଚୁର ଅର୍ଥ ରାଶି ମିଳିବା ଆଶା କରାଯାଉଥିବାବେଳେ ଏହା ୟୁନିକାସ୍ ପ୍ରକଳ୍ପକୁ ପ୍ରଦାନ କରାଯିବ। ୨୦୨୨ ଫିଫା ବିଶ୍ବକପ୍ରେ ମେସି ପରିଧାନ କରିଥିବା ସମସ୍ତ ୬ ଜର୍ସି ସହିତ ଫ୍ରାନ୍ସ ବିପକ୍ଷ ଫାଇନାଲ୍ ଜର୍ସି ଏହି ନିଲାମରେ ସାମିଲ ରହିବ। କ୍ରୀଡ଼ା ସ୍ମାରକୀ ଭାବେ ଏହା ମୋଟ ୧୦ ମିଲୟନ୍ ଆମେରିକୀୟ ଡଲାର୍ରୁ ଊର୍ଧ୍ବରେ ନିଲାମ ହେବାର ସମ୍ଭାବନା ରହିଛି। ମେସି ପ୍ରଥମାର୍ଦ୍ଧରେ ପରିଧାନ କରିଥିବା ଏହି ୭ ଜର୍ସିର ନିଲାମ ପ୍ରକ୍ରିୟା ନ୍ୟୁୟର୍କରେ କରାଯିବ। ଗତବର୍ଷ ଡିଏଗୋ ମାରାଡୋନାଙ୍କ ବିଶ୍ବକପ୍ ପରିଧାନ ସାମଗ୍ରୀ ୯.୩ ମିଲୟନ୍ ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା। ଏହି ରେକର୍ଡକୁ ମେସିଙ୍କ ଜର୍ସି ଟପିଯିବାର ସମ୍ଭାବନା ରହିଛି।




