ଆରସିବି ପାଇଁ କୋହଲି-ଡୁପ୍ଲେସିସଙ୍କ ଭାଗୀଦାରି ରେକର୍ଡ
ହାଇଦ୍ରାବାଦ: ଚଳିତ ଆଇପିଏଲ୍ରେ ଲିଗ୍ ପର୍ଯ୍ୟାୟ ଆଉ କିଛି ଦିନରେ ଶେଷ ହେବ। ଏହାମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଓପ୍ନିଂ ଯୋଡ଼ି ବିରାଟ କୋହଲି ଏବଂ ଫାଫ୍ ଡୁପ୍ଲେସିସ୍ ପ୍ରଥମ ୱିକେଟ୍ ଭାଗୀଦାରିରେ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି ଦୁଇ ତାରକା ମିଳିତ ଭାବେ ପ୍ରଥମ ୱିକେଟ୍ରେ ଏପର୍ଯ୍ୟନ୍ତ ୮୭୨ ରନ୍ ସଂଗ୍ରହ କରିଛନ୍ତି। ଯାହାକି ଆଇପିଏଲ୍ର କୌଣସି ଗୋଟିଏ ସଂସ୍କରଣରେ ସର୍ବାଧିକ ପ୍ରଥମ ୱିକେଟ୍ ଭାଗୀଦାରି ରେକର୍ଡ। ତେବେ ଆଇପିଏଲ୍ ଇତିହାସରେ ୮୭୨ ରନ୍ର […]
ହାଇଦ୍ରାବାଦ: ଚଳିତ ଆଇପିଏଲ୍ରେ ଲିଗ୍ ପର୍ଯ୍ୟାୟ ଆଉ କିଛି ଦିନରେ ଶେଷ ହେବ। ଏହାମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଓପ୍ନିଂ ଯୋଡ଼ି ବିରାଟ କୋହଲି ଏବଂ ଫାଫ୍ ଡୁପ୍ଲେସିସ୍ ପ୍ରଥମ ୱିକେଟ୍ ଭାଗୀଦାରିରେ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି ଦୁଇ ତାରକା ମିଳିତ ଭାବେ ପ୍ରଥମ ୱିକେଟ୍ରେ ଏପର୍ଯ୍ୟନ୍ତ ୮୭୨ ରନ୍ ସଂଗ୍ରହ କରିଛନ୍ତି। ଯାହାକି ଆଇପିଏଲ୍ର କୌଣସି ଗୋଟିଏ ସଂସ୍କରଣରେ ସର୍ବାଧିକ ପ୍ରଥମ ୱିକେଟ୍ ଭାଗୀଦାରି ରେକର୍ଡ। ତେବେ ଆଇପିଏଲ୍ ଇତିହାସରେ ୮୭୨ ରନ୍ର ଭାଗୀଦାରି ଯେକୌଣସି ୱିକେଟ୍ ପାଇଁ ଦ୍ବିତୀୟରେ ରହିଛି। ଅବଶ୍ୟ ଉଭୟ ରେକର୍ଡରେ କୋହଲିଙ୍କ ସଂପୃକ୍ତି ରହିଛି। ୨୦୧୬ ସଂସ୍କରଣରେ କୋହଲି ଏବଂ ଏବି ଡିଭଲିୟର୍ସଙ୍କ ୯୩୯ ରନ୍ର ଭାଗୀଦାରି ଏକ୍ଷେତ୍ରରେ ସର୍ବୋଚ୍ଚ ରହିଛି।
ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲେର ମ୍ୟାଚ୍ ଅବସରରେ ଆଉ ଏକ ରେକର୍ଡ ଦେଖିବାକୁ ମିଳିଥିଲା। ସନ୍ରାଇଜର୍ସ ପକ୍ଷରୁ ହେନ୍ରିକ୍ କ୍ଲାସେନ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ବିରାଟ କୋହଲି ଏହି ମ୍ୟାଚ୍ରେ ଶତକ ଜମାଇଥିଲେ। ଫଳରେ ଗୋଟିଏ ଆଇପିଏଲ୍ ମ୍ୟାଚ୍ରେ ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଯୋଡ଼ି ଭାବେ ଶତକ ହାସଲ କରିବାର ରେକର୍ଡ କ୍ଲାସେନ୍ ଓ କୋହଲିଙ୍କ ନାମକୁ ଯାଇଛି। ଏହା ପୂର୍ବରୁ ଗୋଟିଏ ମ୍ୟାଚ୍ରେ ଦୁଇଟି ଲେଖାଏଁ ଶତକ ଦୁଇ ଥର ଦେଖିବାକୁ ମିଳିଥିଲା ବେଳେ ଏହା ଗୋଟିଏ ଲେଖାଏଁ ଦଳ ପକ୍ଷରୁ ହୋଇଥିଲା। ୨୦୧୬ରେ ବେଙ୍ଗାଲୁରୁରେ ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚ୍ରେ ଆର୍ସିବି ପାଳିରେ କୋହଲି ଓ ଏବି ଡିଭିଲିୟର୍ସ ଏବଂ ୨୦୧୯ରେ ହାଇଦ୍ରାବାଦରେ ଆର୍ସିବି ବିପକ୍ଷ ମ୍ୟାଚ୍ରେ ଡେଭିଡ୍ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଶତକ ହାସଲ କରିଥିଲେ।




