ଆରମ୍ଭ ହେଲା ୱିମ୍ବଲଡନ୍ ଓପନ୍ ଟେନିସ୍ ଗ୍ରାଣ୍ଡସ୍ଲାମ୍
ଲଣ୍ଡନ: ଚଳିତ ବର୍ଷରୁ ତୃତୀୟ ଗ୍ରାଣ୍ଡ ସ୍ଲାମ୍ ଟେନିସ ପ୍ରତିଯୋଗିତା ୱିମ୍ବଲଡନ୍ ଓପନ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଶ୍ବ ଏକ ନମ୍ବର ମହିଳା ଖେଳାଳି ଈଗା ସ୍ବିତେକ ଓ ପୁରୁଷ ଖେଳାଳି ନୋଭାକ ଜୋକୋଭିକ ନିଜ ନିଜ ମ୍ୟାଚ୍ ଜିତି ଆଗକୁ ବଢ଼ିଛନ୍ତି। ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସ୍ବିତେକ ୬-୧, ୬-୩ ସେଟ୍ରେ ଝୁ ଲିନ୍ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଜେସିକା ପେଗୁଲା, କାରୋଲିନ୍ ଗାର୍ସିଆ ଓ ଭିକ୍ଟୋରିଆ ଆଜରେଙ୍କା ପ୍ରଥମ ରାଉଣ୍ଡ ଅତିକ୍ରମ […]
ଲଣ୍ଡନ: ଚଳିତ ବର୍ଷରୁ ତୃତୀୟ ଗ୍ରାଣ୍ଡ ସ୍ଲାମ୍ ଟେନିସ ପ୍ରତିଯୋଗିତା ୱିମ୍ବଲଡନ୍ ଓପନ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଶ୍ବ ଏକ ନମ୍ବର ମହିଳା ଖେଳାଳି ଈଗା ସ୍ବିତେକ ଓ ପୁରୁଷ ଖେଳାଳି ନୋଭାକ ଜୋକୋଭିକ ନିଜ ନିଜ ମ୍ୟାଚ୍ ଜିତି ଆଗକୁ ବଢ଼ିଛନ୍ତି। ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସ୍ବିତେକ ୬-୧, ୬-୩ ସେଟ୍ରେ ଝୁ ଲିନ୍ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଜେସିକା ପେଗୁଲା, କାରୋଲିନ୍ ଗାର୍ସିଆ ଓ ଭିକ୍ଟୋରିଆ ଆଜରେଙ୍କା ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ପେଗୁଲା ୬-୨, ୬-୭ (୮), ୬-୩ ସେଟ୍ରେ ଲୌରେନ ଡେଭିସ୍ଙ୍କୁ, ଗାର୍ସିଆ ୬-୪, ୬-୩ ସେଟ୍ରେ କାଟି ଭଲିନେଟ୍ସଙ୍କୁ ଏବଂ ଆଜରେଙ୍କା ୬-୪, ୫-୭, ୬-୪ ସେଟ୍ରେ ୟୁ ୟୁଆନ୍ଙ୍କୁ ହରାଇଥିଲେ। ପୁରୁଷ ସିଙ୍ଗଲ୍ସରେ ନୋଭାକ ଜୋକୋଭିକ ୬-୩, ୬-୩, ୬-୩ ସେଟ୍ରେ ପେଡ୍ରୋ କାଚିନଙ୍କୁ ଆନ୍ଦ୍ରେ ରୁବଲେଭ ୬-୩, ୭-୫, ୬-୪ ସେଟ୍ରେ ମ୍ୟାକ୍ସ ପୁର୍ସେଲଙ୍କୁ ଏବଂ କାସପର ରୁଡ ୬-୧, ୬-୫, ୬-୪ ସେଟ୍ରେ ଲୌରେଣ୍ଟ ଲୋକୋଲିଙ୍କୁ ହରାଇଥିଲେ।




