ଆମନ୍ତ୍ରଣୀୟ ହକିରେ ଭାରତୀୟ ମହିଳା ଚାମ୍ପିଅନ୍
ବାର୍ସିଲୋନା: ସ୍ପେନ୍ ହକି ମହାସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଚାମ୍ପିଅନ୍ ହୋଇଛି। ତ୍ରିରାଷ୍ଟ୍ରୀୟ ମହିଳା ହକିର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ୩-୦ ଗୋଲ୍ରେ ଆୟୋଜକ ସ୍ପେନ୍କୁ ପରାସ୍ତ କରିଥିଲା। ଫଳରେ ଦଳ ୪ ମ୍ୟାଚ୍ରୁ ୨ ବିଜୟ ଓ ୨ ଅମୀମାଂସିତରୁ ୮ ପଏଣ୍ଟ ପାଇଁ ଟେବୁଲର ଶୀର୍ଷ ଟ୍ରଫି କରାୟତ୍ତ କରିଥିଲା। ମ୍ୟାଚ୍ର ପ୍ରଥମ କ୍ବାଟର୍ରରେ ହିଁ ଭାରତ ଆୟୋଜକ ଦଳକୁ ଚାପରେ […]
ବାର୍ସିଲୋନା: ସ୍ପେନ୍ ହକି ମହାସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଚାମ୍ପିଅନ୍ ହୋଇଛି। ତ୍ରିରାଷ୍ଟ୍ରୀୟ ମହିଳା ହକିର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ୩-୦ ଗୋଲ୍ରେ ଆୟୋଜକ ସ୍ପେନ୍କୁ ପରାସ୍ତ କରିଥିଲା। ଫଳରେ ଦଳ ୪ ମ୍ୟାଚ୍ରୁ ୨ ବିଜୟ ଓ ୨ ଅମୀମାଂସିତରୁ ୮ ପଏଣ୍ଟ ପାଇଁ ଟେବୁଲର ଶୀର୍ଷ ଟ୍ରଫି କରାୟତ୍ତ କରିଥିଲା। ମ୍ୟାଚ୍ର ପ୍ରଥମ କ୍ବାଟର୍ରରେ ହିଁ ଭାରତ ଆୟୋଜକ ଦଳକୁ ଚାପରେ ରଖିଥିଲା। ଏହି କ୍ବାର୍ଟରରେ ସ୍ପେନ୍ର ଏକାଧିକ ସୁଯୋଗକୁ ନିଷ୍ଫଳ କରିଦେଇଥିଲେ ଭାରତୀୟ ଡିଫେଣ୍ଡର। ଫଳରେ ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ବନ୍ଦନା କାଟାରିୟା (୨୨ ମିନିଟ୍)ଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟେରେ ଶେଷ ହୋଇଥିଲା। ଚତୁର୍ଥ ତଥା ଶେଷ କ୍ବାର୍ଟରରେ ମୋନିକା (୪୮ ମିନିଟ୍) ଓ ଉଦିତା (୫୮ ମିନିଟ୍) ଦୁଇଟି ଗୋଲ୍ ଲଦି ଭାରତକୁ ୩-୦ରେ ବିଜୟ ଭେଟି ଦେଇଥିଲେ।




