ଆବୁଧାବି ଟି-୧୦ ଲିଗ୍ ଦୁର୍ନୀତିରେ ଲିପ୍ତ ଥିବା ୮ଜଣଙ୍କ ବିରୋଧରେ ମାମଲା କଲା ଆଇସିସି
ଦୁବାଇ: ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଆୟୋଜିତ ଆବୁଧାବି ଟି-୧୦ ଲିଗ୍ରେ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିବା ୮ ଜଣ ଖେଳାଳି ଓ ଅଧିକାରୀଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମାମଲା ରୁଜୁ କରିଛି। ଏମାନଙ୍କ ମଧ୍ୟରେ ଭାରତରୁ ୩ ଜଣ ରହିଛନ୍ତି। ସେମାନେ ହେଲେ ପୁଣେ ଡେଭିଲ୍ସ ଦଳର ସହମାଲିକ ପରାଗ ସାଙ୍ଗଭି ଓ କୃଷ୍ଣ କୁମାର ଚୌଧୁରୀ ଏବଂ ବ୍ୟାଟିଂ ପ୍ରଶିକ୍ଷକ ସନି ଧିଲନ। ପୂର୍ବତନ ବାଂଲାଦେଶ ଟେଷ୍ଟ ବ୍ୟାଟର୍ ନାସିର […]
ଦୁବାଇ: ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଆୟୋଜିତ ଆବୁଧାବି ଟି-୧୦ ଲିଗ୍ରେ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିବା ୮ ଜଣ ଖେଳାଳି ଓ ଅଧିକାରୀଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମାମଲା ରୁଜୁ କରିଛି। ଏମାନଙ୍କ ମଧ୍ୟରେ ଭାରତରୁ ୩ ଜଣ ରହିଛନ୍ତି। ସେମାନେ ହେଲେ ପୁଣେ ଡେଭିଲ୍ସ ଦଳର ସହମାଲିକ ପରାଗ ସାଙ୍ଗଭି ଓ କୃଷ୍ଣ କୁମାର ଚୌଧୁରୀ ଏବଂ ବ୍ୟାଟିଂ ପ୍ରଶିକ୍ଷକ ସନି ଧିଲନ। ପୂର୍ବତନ ବାଂଲାଦେଶ ଟେଷ୍ଟ ବ୍ୟାଟର୍ ନାସିର ହୁସେନଙ୍କ ନାମରେ ମଧ୍ୟ ମାମଲା ହୋଇଛି। ୨୦୨୧ ଆବୁଧାବି ଟି-୧୦ କ୍ରିକେଟ୍ ଲିଗ୍ ବେଳେ ଦୁର୍ନୀତି ହୋଇଥିଲା। ତଦନ୍ତ ଲାଗି ଆଇସିସି ଦୁର୍ନୀତି ଅଧିକାରୀ ନିଯୁକ୍ତି କରିଥିଲା। ଏମାନେ ୩ ଭାରତୀୟଙ୍କ ସହ ହୁସେନ, ପ୍ରଶିକ୍ଷକ ଆଝାର ଜାଇଦି, ୟୁଏଇର ଘରୋଇ ଖେଳାଳି ରିଜୱାନ ଜାଭେଦ, ସିଲିୟା ସାମନ ଓ ଦଳର ପ୍ରବନ୍ଧକ ସଦାବ ଅହମ୍ମଦ ଦୋଷୀ ବୋଲି ପ୍ରମାଣ ପାଇଥିଲେ। ସମସ୍ତଙ୍କୁ ନିଲମ୍ବିତ କରାଯାଇଛି ଏବଂ ନିଜର ଜବାବ ରଖିବା ଲାଗି ୧୪ ଦିନ ସମୟ ଦିଆଯାଇଥିବା ଆଇସିସି ପକ୍ଷରୁ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି।




