ଆଫଗାନିସ୍ତାନ କ୍ରିକେଟ୍ ଦଳର ବୋଲିଂ ପରାମର୍ଶଦାତା ହେଲେ ବ୍ରାଭୋ
ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ୱେଷ୍ଟ୍ଇଣ୍ଡିଜ୍ ଅଲ୍ରାଉଣ୍ଡର ଡ୍ବେନ୍ ବ୍ରାଭୋ ଆଫ୍ଗାନିସ୍ତାନ କ୍ରିକେଟ୍ ଦଳର ବୋଲିଂ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଖୁବଶୀଘ୍ର ସେ ଦଳର ପ୍ରସ୍ତୁତି ଶିବିରରେ ଯୋଗଦେବେ। ୪୦ ବର୍ଷୀୟ ବ୍ରାଭୋ ୨୯୫ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୬୪୨୩ ରନ୍ କରିବା ସହ ୩୬୩ ୱିକେଟ୍ ନେଇଛନ୍ତି। ଏହା ସହ ସେ ୧୦୦ ପ୍ରଥମ ଶ୍ରେଣୀ, ୨୨୭ ଲିଷ୍ଟ୍-ଏ ଓ ୫୭୨ ଟ୍ବେଣ୍ଟି-୨୦ ଖେଳିଛନ୍ତି। ବ୍ରାଭୋ ହେଉଛନ୍ତି ଟ୍ବେଣ୍ଟି-୨୦ କ୍ରିକେଟ୍ର (୬୨୫ ୱିକେଟ୍) ଅଗ୍ରଣୀ ୱିକେଟ୍ […]
ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ୱେଷ୍ଟ୍ଇଣ୍ଡିଜ୍ ଅଲ୍ରାଉଣ୍ଡର ଡ୍ବେନ୍ ବ୍ରାଭୋ ଆଫ୍ଗାନିସ୍ତାନ କ୍ରିକେଟ୍ ଦଳର ବୋଲିଂ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଖୁବଶୀଘ୍ର ସେ ଦଳର ପ୍ରସ୍ତୁତି ଶିବିରରେ ଯୋଗଦେବେ। ୪୦ ବର୍ଷୀୟ ବ୍ରାଭୋ ୨୯୫ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୬୪୨୩ ରନ୍ କରିବା ସହ ୩୬୩ ୱିକେଟ୍ ନେଇଛନ୍ତି। ଏହା ସହ ସେ ୧୦୦ ପ୍ରଥମ ଶ୍ରେଣୀ, ୨୨୭ ଲିଷ୍ଟ୍-ଏ ଓ ୫୭୨ ଟ୍ବେଣ୍ଟି-୨୦ ଖେଳିଛନ୍ତି। ବ୍ରାଭୋ ହେଉଛନ୍ତି ଟ୍ବେଣ୍ଟି-୨୦ କ୍ରିକେଟ୍ର (୬୨୫ ୱିକେଟ୍) ଅଗ୍ରଣୀ ୱିକେଟ୍ ସଂଗ୍ରହକାରୀ। ସେହିଭଳି ଏହି ଫର୍ମାଟ୍ରେ ସେ ପାଖାପାଖି ୭୦୦୦ ରନ୍ କରିଛନ୍ତି। ଏଣୁ ଟ୍ବେଣ୍ଟି-୨୦ ର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର୍ ଅଲ୍ରାଉଣ୍ଡର ଭାବେ ପରିଚିତ। ବ୍ରାଭୋ ଟ୍ବେଣ୍ଟି-୨୦ ବିଶ୍ବକପ୍, ଚାମ୍ପିଅନ୍ସ ଟ୍ରଫି, ଆଇପିଏଲ୍ ଓ ସିପିଏଲ୍ ବିଜେତା ଦଳର ସଦସ୍ୟ ରହିସାରିଛନ୍ତି। ସଂପ୍ରତି ସେ ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ ପ୍ରଶିକ୍ଷକ ଅଛନ୍ତି। ପୂର୍ବରୁ ଏହି ଦଳରୁ ଖେଳୁଥିଲେ।




