ଆଫଗାନିସ୍ତାନ ଅଲରାଉଣ୍ଡର ରସିଦ୍ ଖାନଙ୍କ ଅଣ୍ଟାରେ ଅସ୍ତ୍ରୋପଚାର
ଲଣ୍ଡନ୍: ଆଫଗାନିସ୍ତାନର ତାରକା ସ୍ପିନର୍ ରସିଦ୍ ଖାନ୍ଙ୍କ ଅଣ୍ଟାରେ ଏକ ଛୋଟ ଧରଣର ଅସ୍ତ୍ରୋପଚାର କରାଯାଇଛି। ବ୍ରିଟେନ୍ରେ ଜଣେ ଜଣାଶୁଣା ସର୍ଜନ ଏହି ଅସ୍ତ୍ରୋପଚାର କରିଛନ୍ତି। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ଏହି ସୂଚନା ଦେବା ପରେ ରସିଦ୍ ଡିସେମ୍ବର ୭ ତାରିଖରୁ ଆରମ୍ଭ ହେଉଥିବା ବିଗ୍ ବାସ୍ ଲିଗ୍ରେ ଖେଳିପାରିବେ ନାର୍ହିଁ ବୋଲି ସ୍ପଷ୍ଟ ହୋଇଛି। ଭାରତରେ ସଦ୍ୟ ସମାପ୍ତ ଦିନିକିଆ ବିଶ୍ବକପ୍ରେ ଆଫଗାନିସ୍ତାନ ଚମତ୍କାର ପ୍ରଦର୍ଶନ କରି ୯ରୁ ୪ ବିଜୟ ପାଇ ସେମିଫାଇନାଲ୍ […]
ଲଣ୍ଡନ୍: ଆଫଗାନିସ୍ତାନର ତାରକା ସ୍ପିନର୍ ରସିଦ୍ ଖାନ୍ଙ୍କ ଅଣ୍ଟାରେ ଏକ ଛୋଟ ଧରଣର ଅସ୍ତ୍ରୋପଚାର କରାଯାଇଛି। ବ୍ରିଟେନ୍ରେ ଜଣେ ଜଣାଶୁଣା ସର୍ଜନ ଏହି ଅସ୍ତ୍ରୋପଚାର କରିଛନ୍ତି। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ଏହି ସୂଚନା ଦେବା ପରେ ରସିଦ୍ ଡିସେମ୍ବର ୭ ତାରିଖରୁ ଆରମ୍ଭ ହେଉଥିବା ବିଗ୍ ବାସ୍ ଲିଗ୍ରେ ଖେଳିପାରିବେ ନାର୍ହିଁ ବୋଲି ସ୍ପଷ୍ଟ ହୋଇଛି। ଭାରତରେ ସଦ୍ୟ ସମାପ୍ତ ଦିନିକିଆ ବିଶ୍ବକପ୍ରେ ଆଫଗାନିସ୍ତାନ ଚମତ୍କାର ପ୍ରଦର୍ଶନ କରି ୯ରୁ ୪ ବିଜୟ ପାଇ ସେମିଫାଇନାଲ୍ ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ଅଳ୍ପକେ ବଞ୍ଚିତ ରହିଥିଲା। ପାକିସ୍ତାନ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହୋଇଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ଦ୍ବିଶତକ (୨୦୧*) କାରଣରୁ ଅଳ୍ପକେ ବିଜୟ ହାତଛଡ଼ା କରିଥିଲା। ପ୍ରତିଯୋଗିତା ସାରା ରସିଦ୍ ଭଲ ଖେଳିଥିଲେ। ପୂର୍ବତନ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ମଧ୍ୟ ରସିଦଙ୍କ ଅସ୍ତ୍ରୋପଚାର ବେଳର ଫଟୋ ସେୟାର କରି ‘ଗେଟ୍ ୱେଲ୍ ସୁନ୍ କିଙ୍ଗ୍’ ଲେଖିଛନ୍ତି।




