ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଶୃଙ୍ଖଳା ଜିତିଲା ଶ୍ରୀଲଙ୍କା
ହାମ୍ବାନଟୋଟା: ଆଫ୍ଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ଶୃଙ୍ଖଳାକୁ ଶ୍ରୀଲଙ୍କା ୨-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍ ହାରିଥିବା ଶ୍ରୀଲଙ୍କା ପରବର୍ତୀ ଦୁଇ ମ୍ୟାଚ୍ ଜିତି ଶୃଙ୍ଖଳା କବ୍ଜାର କରି ନେଇଛି। ତୃତୀୟ ଦିନିକିଆରେ ଟସ୍ ଜିତି ଭ୍ରମଣକାରୀ ଆଫ୍ଗାନିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆଫଗାନିସ୍ତାନ ୨୨.୨ ଓଭରରେ ସମସ୍ତ ୱିକେଟ୍ ବିନିମୟରେ ୧୧୬ ରନ୍ କରିଥିଲା। ମହମ୍ମଦ ନବି ୨୩, ଇବ୍ରାହିମ ଜର୍ଦାନ ୨୨, ଗୁଲବଦ୍ଦିନ ନୈବ ୨୦ ରନ୍ କରିଥିଲେ। […]
ହାମ୍ବାନଟୋଟା: ଆଫ୍ଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ଶୃଙ୍ଖଳାକୁ ଶ୍ରୀଲଙ୍କା ୨-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍ ହାରିଥିବା ଶ୍ରୀଲଙ୍କା ପରବର୍ତୀ ଦୁଇ ମ୍ୟାଚ୍ ଜିତି ଶୃଙ୍ଖଳା କବ୍ଜାର କରି ନେଇଛି। ତୃତୀୟ ଦିନିକିଆରେ ଟସ୍ ଜିତି ଭ୍ରମଣକାରୀ ଆଫ୍ଗାନିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆଫଗାନିସ୍ତାନ ୨୨.୨ ଓଭରରେ ସମସ୍ତ ୱିକେଟ୍ ବିନିମୟରେ ୧୧୬ ରନ୍ କରିଥିଲା। ମହମ୍ମଦ ନବି ୨୩, ଇବ୍ରାହିମ ଜର୍ଦାନ ୨୨, ଗୁଲବଦ୍ଦିନ ନୈବ ୨୦ ରନ୍ କରିଥିଲେ। ଶ୍ରୀଲଙ୍କାର ଦୁସ୍ମନ୍ତ ଚାମିରା ୪, ୱାନିନ୍ଦୁ ହସରଙ୍ଗା ୩, ଲାହିରୁ କୁମାରା ୨ ଓ ମହେଶ ତୀକ୍ଷଣା ୧ ୱିକେଟ୍ ନେଇଥିଲେ। ଜବାବରେ ଶ୍ରୀଲଙ୍କା କେବଳ ପଥୁମ ନିଶଙ୍କ (୫୧ ରନ୍)ଙ୍କ ୱିକେଟ୍ ହରାଇ ୧୬ ଓଭରରେ ୧୨୦ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଦିମୁଥ କରୁଣାରତ୍ନେ ୫୬* ଓ କୁଶାଲ ମେଣ୍ଡିସ ୧୧* ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ। ଦୁସ୍ମନ୍ତ ଚାମିରା ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।




