ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ବାଂଲାଦେଶ
ଧର୍ମଶାଳା: ମେହିଦି ହାସନ ମିରାଜଙ୍କ ଅଲରାଉଣ୍ଡ (୩/୨୫ ଓ ୫୭ ରନ୍) ପ୍ରଦର୍ଶନ ବଳରେ ବାଂଲାଦେଶ ଚଳିତ ବିଶ୍ବକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଧର୍ମାଶାଳାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବାଂଲାଦେଶ ୬ ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ମେହିଦିଙ୍କ ସହ ସାକିବ୍ ଅଲ୍ ହାସନ (୩/୩୦) ଚମତ୍କାର ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ପାଳି ୧୫୬ ରନ୍ରେ ସୀମିତ ରହିଥିଲା। ଏହି ଲକ୍ଷ୍ୟକୁ ପିଛା କରୁଥିବା ବେଳେ ବାଂଲାଦେଶ ଯଦିଓ ୨୭ ରନ୍ ମଧ୍ୟରେ ତାଂଜିଦ ହାସନ […]
ଧର୍ମଶାଳା: ମେହିଦି ହାସନ ମିରାଜଙ୍କ ଅଲରାଉଣ୍ଡ (୩/୨୫ ଓ ୫୭ ରନ୍) ପ୍ରଦର୍ଶନ ବଳରେ ବାଂଲାଦେଶ ଚଳିତ ବିଶ୍ବକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଧର୍ମାଶାଳାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବାଂଲାଦେଶ ୬ ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ମେହିଦିଙ୍କ ସହ ସାକିବ୍ ଅଲ୍ ହାସନ (୩/୩୦) ଚମତ୍କାର ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ପାଳି ୧୫୬ ରନ୍ରେ ସୀମିତ ରହିଥିଲା। ଏହି ଲକ୍ଷ୍ୟକୁ ପିଛା କରୁଥିବା ବେଳେ ବାଂଲାଦେଶ ଯଦିଓ ୨୭ ରନ୍ ମଧ୍ୟରେ ତାଂଜିଦ ହାସନ (୫) ଓ ଲିଟନ ଦାସ (୧୩)ଙ୍କୁ ହରାଇଥିଲା। କିନ୍ତୁ ମେହିଦି ହାସନ ମିରାଜ ଓ ନଜମୁଲ ହୋସେନ୍ ସାଣ୍ଟୋ (୫୯) ତୃତୀୟ ୱିକେଟ୍ରେ ୯୭ ରନ୍ ଯୋଡ଼ି ଦଳର ବିଜୟ ପଥ ସୁଗମ କରିଥିଲେ। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ମେହିଦିଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏଥିପୂର୍ବରୁ ବାଂଲାଦେଶ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଆଫଗାନିସ୍ତାନ ରକ୍ଷଣାତ୍ମକ ଖେଳିଥିଲା। ରହମନୁଲ୍ଲା ଗୁରବାଜ (୪୭) ଓ ଇବ୍ରାହିମ୍ ଜଦ୍ରାନ (୨୨)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବାଂଲାଦେଶୀ ସ୍ପିନରଙ୍କୁ ଅଧିକ ସମୟ ଖେଳିପାରିନଥିଲେ। ସାକିବ୍ ଓ ମେହିଦି ୩-୩ ୱିକେଟ୍ ନେଇଥିଲା ବେଳେ ସୋରିଫୁଲ ଇସଲାମ ୨, ତସ୍କିନ ଅହମଦ, ମୁସ୍ତାଫିଜୁର ରହମାନ ୧ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ।




