ଆଫଗାନିସ୍ତାନକୁ ୨ ରନରେ ହରାଇ ସୁପର-୪ରେ ଶ୍ରୀଲଙ୍କା

ଲାହୋର୍: ଏସିଆ କପର ଶେଷ ଲିଗ୍ ମ୍ୟାଚରେ ଆଫଗାନିସ୍ତାନକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ମାତ୍ର ୨ ରନରେ ପରାସ୍ତ କରିଛି ଶ୍ରୀଲଙ୍କା। ଏହି ଫଳାଫଳ ସହିତ ଗ୍ରୁପ୍ ‘ବି’ରୁ ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର୍-୪ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। କୁସାଲ୍ ମେଣ୍ଡିଜ୍ଙ୍କ ୯୨ ରନ୍ ବଳରେ ଶ୍ରୀଲଙ୍କା ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୧ ରନ୍ କରିଥିଲା। ସୁପର୍-୪ ଯୋଗ୍ୟତା ପାଇଁ ଆଫଗାନିସ୍ତାନକୁ ୩୭.୧ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ କୁହାଯାଇଥିଲା। ଏହି ଲଢ଼ୁଆ ଦଳ କିନ୍ତୁ […]

Samaya Live Picture
Published On

ଲାହୋର୍: ଏସିଆ କପର ଶେଷ ଲିଗ୍ ମ୍ୟାଚରେ ଆଫଗାନିସ୍ତାନକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ମାତ୍ର ୨ ରନରେ ପରାସ୍ତ କରିଛି ଶ୍ରୀଲଙ୍କା। ଏହି ଫଳାଫଳ ସହିତ ଗ୍ରୁପ୍ ‘ବି’ରୁ ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର୍-୪ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। କୁସାଲ୍ ମେଣ୍ଡିଜ୍ଙ୍କ ୯୨ ରନ୍ ବଳରେ ଶ୍ରୀଲଙ୍କା ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୧ ରନ୍ କରିଥିଲା। ସୁପର୍-୪ ଯୋଗ୍ୟତା ପାଇଁ ଆଫଗାନିସ୍ତାନକୁ ୩୭.୧ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ କୁହାଯାଇଥିଲା। ଏହି ଲଢ଼ୁଆ ଦଳ କିନ୍ତୁ ସାହସିକ ପ୍ରଦର୍ଶନ କରି ଏହାର ପାଖାପାଖି ପର୍ଯ୍ୟନ୍ତ ଯାଇପାରିଥିଲା। ରେହମତ ସାହା (୪୦ ବଲ୍ରୁ ୪୫ ରନ୍), ହାସମାତୁଲ୍ଲା ସାହିଦି (୬୬ ବଲ୍ରୁ ୫୯ ରନ୍), ମହମ୍ମଦ ନବି (୩୨ ବଲ୍ରୁ ୬୫ ରନ୍), ରସିଦ୍ ଖାନ୍ (୧୬ ବଲ୍ରୁ ୨୭* ରନ୍), ନଜିବୁଲ୍ଲା ଜଦ୍ରାନ (୧୫ ବଲ୍ରୁ ୨୩ ରନ୍), କରିମ୍ ଜନତ୍ (୧୩ ବଲ୍ରୁ ୨୨ ରନ୍) ପ୍ରମୁଖ ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ଶେଷ ରେଖା ଅତିକ୍ରମ କରିପାରିନଥିଲେ। ସୁପର୍ ଫୋର୍ ଯୋଗ୍ୟତା ଅର୍ଜନ ଲକ୍ଷ୍ୟକୁ ପିଛା କରି ମଧ୍ୟ ଦଳ ବିଜୟ ସୁଯୋଗକୁ ହାତଛଡ଼ା କରିବାକୁ ବାଧ୍ୟ ହୋଇଥିଲା। ଆଫଗାନିସ୍ତାନ ୩୭.୪ ଓଭରରେ ୨୮୯ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।

Tags: