ଆଫଗାନିସ୍ତାନକୁ ହରାଇବା ପରେ ଚତୁର୍ଥ ବିଜୟ ପାଇଲା ନ୍ୟୁଜିଲାଣ୍ଡ
ଚେନ୍ନାଇ: ନ୍ୟୁଜିଲାଣ୍ଡ ଚଳିତ ଦିନିକିଆ ବିଶ୍ବକପ୍ରେ ଲଗାତାର ଚତୁର୍ଥ ବିଜୟ ପାଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୧୪୯ ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୮୯ ରନ୍ର ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୧୩୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଅର୍ଦ୍ଧଶତକୀୟ ପାଳି ପାଇଁ ଗ୍ଲେନ୍ ଫିଲିପ୍ସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ସହ ଟେବୁଲ୍ ଶୀର୍ଷକୁ ଆସିଛି। […]
ଚେନ୍ନାଇ: ନ୍ୟୁଜିଲାଣ୍ଡ ଚଳିତ ଦିନିକିଆ ବିଶ୍ବକପ୍ରେ ଲଗାତାର ଚତୁର୍ଥ ବିଜୟ ପାଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୧୪୯ ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୮୯ ରନ୍ର ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୧୩୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଅର୍ଦ୍ଧଶତକୀୟ ପାଳି ପାଇଁ ଗ୍ଲେନ୍ ଫିଲିପ୍ସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ସହ ଟେବୁଲ୍ ଶୀର୍ଷକୁ ଆସିଛି।
ଆଫଗାନିସ୍ତାନ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ ମଧ୍ୟ ବୋଲରମାନେ ପ୍ରାରମ୍ଭିକ ସଫଳତା ଦେଇପାରି ନଥିଲେ। କିନ୍ତୁ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ। ଡେଭନ କନୱେ (୨୦) ଓ ରାଚିନ ରବୀନ୍ଦ୍ର (୩୨)ଙ୍କ ସହ ୱିଲ ୟଙ୍ଗ (୫୪) ଯଥାକ୍ରମେ ୩୦ ଓ ୭୯ ରନ୍ର ଭାଗୀଦାରି କରି ୨୦ ଓଭର ବେଳକୁ ୧୦୦ରେ ପହଞ୍ଚାଇଥିଲେ। ଡାରେଲ୍ ମିଚେଲ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଟମ୍ ଲଥାମ ଓ ଗ୍ଲେନ୍ ଫିଲିପ୍ସ ନ୍ୟୁଜିଲାଣ୍ଡକୁ ଗତି ଦେଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ଅର୍ଜନ କରିବା ସହ ପଞ୍ଚମ ୱିକେଟ୍ରେ ୧୧୪ ରନ୍ ଭାଗୀଦାରି ଗଢ଼ିଥିଲେ। ଦଳକୁ ୨୫୦ ଅତିକ୍ରମ କରାଇବା ପରେ ଯୋଡ଼ି ଭାଙ୍ଗିଥିଲା। କିନ୍ତୁ ମାର୍କ ଚାପମ୍ୟାନ ୧୨ ବଲ୍ରୁ ଦ୍ରୁତ ୨୫* ରନ୍ ସଂଗ୍ରହ କରି ଦଳକୁ ୨୮୮/୬ରେ ପହଞ୍ଚାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆଫଗାନିସ୍ତାନ କିନ୍ତୁ ନିୟମିତ ଅନ୍ତରାଳରେ ୱିକେଟ୍ ହରାଇଥିଲା। ରହମତ ଶାହ ସର୍ବଧିକ ୩୬ ରନ୍ ସଂଗ୍ରହ କରିଥିଲା ବେଳେ ଦଳ ୩୪.୪ ଓଭରରେ ଅଲଆଉଟ୍ ହୋଇଥିଲା। ମିଚେଲ ସାଣ୍ଟନର ଓ ଲୁକି ଫର୍ଗୁସନ ୩-୩ ୱିକେଟ୍ ପାଇଥିଲେ।




